ନୀଳମାଧବ
– ଡ. ପ୍ରିୟମ୍ବଦା ସାମଲ
ପାହାଡ଼ ଶୀର୍ଷରେ ମହାନଦୀ କୂଳେ
କଣ୍ଟିଲୋ ନୀଳମାଧବ
ସୁନ୍ଦର ପ୍ରକୃତି ସବୁଜ ବନାନୀ
ଦେଖିଲେ ହୋଇବ ମୁଗ୍ଧ।
ଚରଣରୁ ତାଙ୍କ ପ୍ରବାହିତ ହୁଏ
ପବିତ୍ର ଜଳଧାରା
ମାଘସପ୍ତମୀ ଚନ୍ଦନ ଯାତ୍ରା
ପାଳିତ ହୁଏ ପରା।
ନିକଟେ ଅଛି ସିଦ୍ଧେଶ୍ଵର ମନ୍ଦିର
ଭକ୍ତେ ଯାଆନ୍ତି ପୂଜି
ପର୍ଯ୍ୟଟକ ମାନେ ଆନନ୍ଦ ମନରେ
ସେଠାରେ କରନ୍ତି ଭୋଜି।
ଯାଆଁଳା ବ୍ରହ୍ମାଦି ପର୍ବତ ଉପରେ
ଚିତ୍ରୋତ୍ପଳା ନଦୀ କୂଳେ
କୁଆଁରିଆ ଓ କୁସୁମୀ ତିନୋଟି
ନଦୀର ମିଳନ ସ୍ଥଳେ।
ତ୍ରୀବେଣୀ ସଂଗମ କହିଥାନ୍ତି ଜନେ
ବିଶ୍ବାବସୁ ପୂଜୁ ଥିଲେ କହେ କିମ୍ବଦନ୍ତୀ
ଇନ୍ଦ୍ର ନୀଳମଣି ପ୍ରତିମୂର୍ତ୍ତି ସେତ
ପୌଷ ପୂର୍ଣ୍ଣିମାରେ ସୁନାରେ ସଜନ୍ତି।
ପାଦତଳେ ଭକ୍ତେ ପୂଜନ୍ତି ନିରନ୍ତର
ପୁରାତନ ହିନ୍ଦୁ ମନ୍ଦିର
ଜଗନ୍ନାଥ, ବଳଭଦ୍ର ,ସୁଭଦ୍ରା, ସୁଦର୍ଶନ
ଅଟେ ଦାରୁ ରୂପ ତାଙ୍କର।
ଡ. ପ୍ରିୟମ୍ବଦା ସାମଲ
I enjoy what you guys are up too. This kind of clever work and reporting!Keep up the amazing works guys I’ve incorporated you guys to our blogroll.
That is a good tip especially to those fresh to the blogosphere. Brief but very precise information… Thank you for sharing this one. A must read post!