April 19, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଦୁନିଆ—ବାସନ୍ତୀ ଲତା ଲତା

*ଦୁନିଆ*

ଦୁନିଆ ଅଟଇ ଏକ ରଙ୍ଗ ମଞ୍ଚ
ଆମେ ତାର କଳାକାର
ମୁଖରେ ରଙ୍ଗ ତ ବୋଳି ହୋଇ ଆମେ
ଅଭିନୟ ମଞ୍ଚ ଭାର l୧l

ଭିନ୍ନ ଭିନ୍ନ ରୂପ ସଂସାରେ ଲିଭାଉ
ଦୁନିଆରେ ନାଆ ବାହି
ପିତା ମାତା ସାଥେ ଭାଇ ଭଗ୍ନୀ ଆମ
ସମ୍ପର୍କ ଯେ ଚିର ସ୍ଥାୟୀ l୨l

ପାଠ ଶିଖି ଥାଉ ପାଠ ଶଳା ଯାଇ
ସ୍ନେହ ଦୟା କ୍ଷମା ସାଥେ
ଲୋଭ ମୋହ ମାୟା ରାଗ ଅଭିମାନ
ସ୍ୱାର୍ଥ ନିଃସ୍ୱାର୍ଥ ଯେ କେତେ l୩l

ଏହି ଦୁନିଆର ପର ଆପଣାର
ଜୀବନ ସୁଖ ଦୁଃଖର
ବେଳେ ବେଳେ ପ୍ରାଣ ହୁଏ ଉଲ୍ଲସିତ
କେତେ ବେଳେ ଛାର ଖାର l୪l

ସମ୍ପର୍କର ସେତୁ ସଖା ସହୋଦର
ବନ୍ଧୁ ବାନ୍ଧବ ସ୍ୱଜନ
ସୁଖର ସ୍ମୃତି ତ ମଧୁ ଭରି ଦିଏ
ଦୁଃଖେ ଜୀବନ ଦହନ l୫l

ଜୀବନର ପଥ ଅଙ୍କା ବଙ୍କା ରାସ୍ତା
ଚାଲିବାଟା ବହୁ କଷ୍ଟ
ବନ୍ଧୁର ଶିଳାରେ ରକ୍ତାକ୍ତ ପାଦରେ
ନୂପୁର ହୁଅଇ ରୁଷ୍ଟ l୬l

ମରି ମରି ଏଠି ଜୀଇଁବାକୁ ହୁଏ
ପିଇ ଆଖି ଲୁହ ଧାର
ଦୁଇ ଦିନ ସୁଖ ଦୁଇ ଦିନ ଦୁଃଖ
ଜୀବନ ଲାଗେ ଅସାର l୭ l

ଝଡ଼ ଝଞ୍ଜା ବାତ୍ୟା ପବନ ଆସଇ
ସବୁ ସହି ବାକୁ ହୁଏ
ମନକୁ କଠିନ ଛାତିକୁ ପଥର
କରି ନାଆ ବାହି ନିଏ l୮l

କେତେ ବେଳେ ନାଆ ଭଉଁରୀରେ ପଶି
ହୋଇ ଥାଏ ଉବୁଡୁବୁ
କେତେ ବେଳେ ସିଏ ପ୍ରେମ ମନ୍ଦାକିନୀ
ସ୍ରୋତକୁ କରଇ କାବୁ l୯l

ଜନମ ମରଣ ମଝିରେ ଜୀବନ
ଦୁନିଆର ଖେଳ ଘର
ଜନ୍ମର ଏନ୍ତୁଡ଼ି ମୃତ୍ୟୁରେ ମଶାଣି
ମାଟି ହୁଏ କୋଳ ତାର l୧୦l

ଗାନ୍ଧିନଗର, ନବରଙ୍ଗପୁର l

Loading

4 thoughts on “ଦୁନିଆ—ବାସନ୍ତୀ ଲତା ଲତା

Leave a Reply to site Cancel reply

Your email address will not be published. Required fields are marked *