March 20, 2023
11 11 11 AM
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ
କବିତା – ଡଃ ପ୍ରିୟମ୍ବଦା ସାମଲ
ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା 
ଫଗୁଣ – ମିନତି ଦାଶ
Latest Post
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ ଆଖିଏ ସପନ- ଡଃ ପ୍ରିୟମ୍ବଦା ସାମଲ କବିତା – ଡଃ ପ୍ରିୟମ୍ବଦା ସାମଲ ସନ୍ଦେଶ ସଂଜୀବନୀ – ନୀହାରିକା ପଣ୍ଡା  ଫଗୁଣ – ମିନତି ଦାଶ

ଦୁହିତା – ସୀମାଞ୍ଚଳ ପଣ୍ଡା

ଦୁହିତା

 

କନ୍ୟାଟିଏ  ସତେ  ଦୁଇ  କୁଳ  ହିତେ

କରି ଥାଏ  ତା’ର  ଜୀବନେ ବ୍ରତ,

ଦୁଇ  କୁଳେ  ଲଢ଼ି  ଆଗେ  ଯାଏ ବଢ଼ି

ଦୁହିତା  ନାମରେ  ହୁଅଇ ଖ୍ୟାତ।

 

ଛୋଟ ବେଳେ ପିତା  ମାତା  ଅନୁସୃତା

ଭାଇଭଗ୍ନୀ  ସଖା  ସୋଦର  ମାନି,

ସେନେହ    ସରାଗ   ଶ୍ରଦ୍ଧା   ଅନୁରାଗ

ସେବା  ସମର୍ପଣ   ଭାବନା  ଘେନି,

ଅମୃତ     ସ୍ୱଭାବ     ସ୍ୱର୍ଗ     ଅନୁଭବ

କରିଛି      ମଣିଛି    ବୈକୁଣ୍ଠ  ମତ,

କନ୍ୟାଟିଏ   ସତେ   ଦୁଇ  କୁଳ  ହିତେ

କରିଥାଏ   ତା’ର  ଜୀବନେ  ବ୍ରତ।

 

ପିତା   ଗୃହେ  କନ୍ୟା ସୁଗୁଣେ ସୁଧନ୍ୟା

ପତି   ଗୃହେ  ସୃଷ୍ଟି  କାରଣେ  ଗତି,

ଶାଶ୍ୱତ   ପ୍ରେମରେ  ସଂସାର  ଧର୍ମରେ

ସତୀ ସୌରଭରେ ଲଭେ ସୁଖ୍ୟାତି।

 

ପତି ସେବା  ତା’ର  ନାରୀ  ଧର୍ମେ ସାର

ମଣି     ପରିବାର     କରି   ନିଜର,

କିଏ    ପର    ଏଠି    କିଏ   ଆପଣାର

ପିତା  ମାତା   ଅବା  ଶାଶୂ  ଶଶୁର?

ସଭିଙ୍କୁ  ଆପଣା  କରି    ହୁଏ ଜିଣା

ଦୁହିତା   ଦିକୁଳେ    ସଦା  ଜାଗ୍ରତ,

ଦୁଇ    କୁଳେ   ଲଢ଼ି   ଆଗେ ଯାଏ ବଢ଼ି

ଦୁହିତା   ନାମରେ  ହୁଅଇ  ଖ୍ୟାତ।

 

ଧନ୍ୟ ମାତା ପିତା   ଜଗତ ବିଜେତା

କନ୍ୟା  ଲଭି  ଭବେ  ଦୁର୍ଲ୍ଲଭ ଦାନ,

ଦୁହିତାର    ପରି    କିଏ    ହେବ   ସରି

ସିଏ   ସୃଷ୍ଟି    ସ୍ଥିତି   ସୁରକ୍ଷା  ପ୍ରାଣ!

 

 

ସୀମାଞ୍ଚଳ ପଣ୍ଡା

ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,

 

 

 31 total views,  1 views today

Leave a Reply

Your email address will not be published. Required fields are marked *