March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

*ଦୀପାବଳୀ-ପ୍ରସନ୍ନ କୁମାର ସାହୁ*

ଦୀପାବଳୀ

ପ୍ରସନ୍ନ କୁମାର ସାହୁ

************************

ପର୍ବ ପର୍ବାଣୀ ର ଏହି ଯେ ଦେଶ

ପୁଣ୍ୟ ଭାରତ ବରଷ,

ବାର ମାସେ ତେର ପର୍ବ ପାଳନ

ମନରେ ବହି ହରଷ।

ଧରମ ମାସ ଯେ ବରଷ ମଧ୍ୟରେ

ଅଟଇ କାର୍ତ୍ତିକ ମାସ,

ଅନେକ ଲୋକ ପାଳି ଆସୁଛନ୍ତି

ଏହି ମାସରେ ହବିଷ।

ଅମାବାସ୍ୟା ତିଥି ଏହି ମାସ ର

ଦେପାବଳୀ ନାମେ ଖ୍ୟାତ,

ପାଳିତ ହୁଏ ବିଭିନ୍ନ ସ୍ଥାନରେ

ଖୁସି ଆଣଇ ବହୁତ।

ଆମନ୍ତ୍ରଣ ପିତୃ ପୁରୁଷ ମାନଙ୍କୁ

ମହାଳୟା ରେ ହୁଅଇ,

ଦୀପାବଳୀ ରେ ଦୀପଦାନ ରେ

ତାଙ୍କୁ ଯେ ବିଦାୟ ଦେଇ।

ଏହି ଦିନେ ପୁଣି ପ୍ରଭୁ ରାମଚନ୍ଦ୍ର

ଅଯୋଧ୍ୟାକୁ ଫେରିଥିଲେ,

ଚଉଦ ବରଷ ବନ ବାସ ପୁଣି

ଏହି ଦିନ ସାରି ଥିଲେ।

ଦୀପ ପ୍ରଜ୍ବଳନ କରି ଆନନ୍ଦରେ

ସ୍ଵାଗତ କରି ରାମଙ୍କୁ,

ପାଛୋଟି ଆଣିଥିଲେ ରାମଚନ୍ଦ୍ର

ନିଜ ରାଜ୍ୟ ଅଯୋଧ୍ୟାକୁ।

ଆଜିର ଦିନରେ ଦୀପଜାଳି ସବୁ

ପାଳୁ ଏହି ଦୀପାବଳୀ,

ବାରୁଦ ଭରା ଆତସ ବାଜି କୁ

ଫୁଟାଇଣ ଭଳି ଭଳି।

ଗଜ ଲକ୍ଷ୍ମୀ ପୂଜା ଆରମ୍ଭ ହୁଅଇ

ଦୀପାବଳୀ ଅମାସ୍ୟାରେ,

ଆଖୁ,ନଡ଼ିଆ କଦଳୀ କୁ ଭୋଗ

ମିଷ୍ଟାନ୍ନ ସେହି ସାଥିରେ।

ଆନନ୍ଦ ଲହରୀ ଖେଳି ଯାଇଥାଏ

ଗ୍ରାମ ରୁ ସହର ଯାଏଁ,

ଆତସବାଜି ଶବଦ ମଧ୍ୟରେ ଯେ

ଚଉଦିଗ କମ୍ପି ଯାଏ।

କରନା କାଳରେ ଅର୍ଥ ମେରୁଦଣ୍ଡ

ସଭିଙ୍କର ଭାଙ୍ଗି ଅଛି,

ବାରୁଦ ଜଳାଇ ଖର୍ଚ୍ଚାନ୍ତ ହୋଇବା

ଠିକ୍ ନୁହଁ ଭାବୁ ଅଛି।

ବାରୁଦ ଜଳାଇ ପରିବେଶ କାହିଁ

ଦୂଷିତ କରିବା ଭାଇ,

ଜ୍ଞାନ ଦୀପ ଟିକୁ ଦୀପାବଳୀ ରେ

ଦେବା ହେ ସବୁ ଜଳାଇ।

ଦୂର କରିଦେବା ମନରେ ଥିବା

ଅଜ୍ଞାନ ଅନ୍ଧକାରକୁ,

ଅନ୍ଧ ବିଶ୍ବାସ ଦୂରେଇ ଦେବା ହେ

ବଢାଇ ମନୁଷ୍ୟତ୍ଵକୁ।

 

ପ୍ରସନ୍ନ କୁମାର ସାହୁ

 

Loading

8 thoughts on “*ଦୀପାବଳୀ-ପ୍ରସନ୍ନ କୁମାର ସାହୁ*

  1. I like the valuable information you supply to your articles. I will bookmark your blog and test once more right here frequently. I’m slightly sure I will learn many new stuff proper here! Best of luck for the next!

  2. Hi there, just became alert to your blog through Google, and found thatit’s truly informative. I’m gonna watch out forbrussels. I will appreciate if you continuethis in future. Lots of people will be benefited from yourwriting. Cheers!

Leave a Reply to for details Cancel reply

Your email address will not be published. Required fields are marked *