ଚାରି ମାଙ୍କଡ଼ ଉପାଖ୍ୟାନ
ଭାସ୍କର ରାଉତ
ଜାତିର ପିତାଯେ ମହାତ୍ମା ଗାନ୍ଧୀଙ୍କ
ତିନି ମାଙ୍କଡ଼କୁଦେଖ
ଆଖି କାନ ପାଟି ବୁଜି ବସିଛନ୍ତି
ତାଙ୍କଠାରୁ ସବୁ ଶିଖ।
ତାହା ଦେଖିକରି ନେତାଯେ ମନ୍ତିରୀ
ଘରେ ପୁଣି ଦପ୍ତରରେ
ସେହି ମୂର୍ତ୍ତି ଛବି ଆଣିଣ ରଖିଲେ
ଲୋକ ଶିକ୍ଷାକୁ ଦେବାରେ।
ଦେଖ ତାଙ୍କ ନୀତି ବିପରୀତ ଗତି
ସବୁ ଦେଖି ଶୁଣି ସେହି
ମଉନ ହୋଇଣ ପାଟିକୁ ବୁଜିଣ
ରହନ୍ତି ସେ ତୁନି ହୋଇ।
ଅଭିନୟ ଖାଲି କରନ୍ତି ସେ ବୁଲି
ସବୁ ସେ କରାଉ ଥାନ୍ତି
ଦେଖି ଏହିନୀତି ଆସିଲା ଝପଟି
ଚତୁର୍ଥ ମାଙ୍କଡ଼ ସାଥି।
ତିନି ମାଙ୍କଡ଼କୁ କହିଲା ବୁଝାଇ
ଖୋଲିଦିଅ ତୁମ ହାତ
ଆଖି କାନ ପାଟି ଘୋଡ଼ାଇ ରଖିଲ
ଫଳ ହେଲା ବିପରୀତ।
ହାତ ପାଦ ଛନ୍ଦି ଦେଇଥିଲେ ବାନ୍ଧି
ନହୁଅନ୍ତା ଅପକର୍ମ
ମିଛେ ଅଭିନୟ ନକରରେ ଆଉ
ସହିବନି ଜମା ଧର୍ମ।
ମାଙ୍କଡ଼ ଜାତିର ନିନ୍ଦା ହେଉଅଛି
ତୁମ ତିନିଙ୍କର ପାଇଁ
ନେତା ମନ୍ତ୍ରୀ ଘରୁ ଶୀଘ୍ର ଚାଲିଆସ
ନର ରାକ୍ଷସଟା ସେହି।
************
ଭାସ୍କର ରାଉତ