*ଦୀପାବଳୀ ସଚେତନ*
ଡ. ପ୍ରିୟମ୍ବଦା ସାମଲ
ବାରମାସ ମଧ୍ଯେ କାର୍ତ୍ତିକ ମାସଟି
ଅଟଇ ଧର୍ମର ମାସ
ଏହି ମାସଟିର ଅମାବାସ୍ଯା ତିଥି
ହିଁ ଦୀପାବଳୀ ଦିବସ।
ସଂସ୍କୃତି ସଂପନ୍ନ ଉଚ୍ଚ ପରଂପରା
ଦେଶ ତ ଆମ ଭାରତ
ପରବ ପର୍ବାଣୀ ପୂଜାପାଠ ପୁଣି
ବିଶ୍ବରେ ଅଟେ ବିଦିଚ।
ଦୀପାବଳୀ ଦିନ କାଉଁରିଆ କାଠି
ଜଳାଇ ପୂର୍ବ ପୁରୁଷେ
ଆବାହନ ହୁଏ ଧରା ଭୂମି ପରେ
ଆସନ୍ତି ଅତି ହରଷେ।
କୁମ୍ଭାର ଭାଇର ମାଟି ଦୀପେ ତେଲ
ଲଗାଇ ଜାଳିବା ଦୀପ
ସଂସାର ବକ୍ଷରୁ ଦୂର ହେଉ ସବୁ
ଦୁଃଖ କଷ୍ଟ ଶୋକ ତାପ।
ଫୁଟାଇବା ନାହିଁ ବିସ୍ଫୋରକ ଦ୍ରବ୍ଯ
କରିବାନି ପ୍ରଦୂଷଣ
ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ
ରୋଗର ମୂଳ କାରଣ।
ସ୍ବଛମନ ନେଇ ସ୍ବଛତାର ସହ
ଜାଳିବା ପ୍ରୀତିର ଦୀପ
ସେ ଦୀପରେ ସବୁ ଜାଳିଦେବା ଆମେ
ଦୁଃଖ ଶୋକ ଈର୍ଷା ପାପ।
ଦୀପାବଳୀ ଅଟେ ଆଲୋକର ପର୍ବ
ଅନ୍ଧକାର କରେ ଦୂର
ଏ ଦୀପାବଳୀରେ ସଚେତନ ହୁଅ
ଦୂର କର କୁ ଗୁଣର।
ଡ. ପ୍ରିୟମ୍ବଦା ସାମଲ