October 02, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ସମାଜରେ ପ୍ରଚଳିତ କୁସଂସ୍କାର ଓ ତା’ର ନିରାକରଣ – ମୁକ୍ତିରାଣୀ ଦେବତା*

*ସମାଜରେ ପ୍ରଚଳିତ କୁସଂସ୍କାର ଓ ତା’ର ନିରାକରଣ*

 

ମୁକ୍ତିରାଣୀ ଦେବତା

************—–**********

ଅଦ୍ୟାବଧି ଆମ ସମାଜରେ ଅନେକ କୁସଂସ୍କାର ଓ ଅନ୍ଧବିଶ୍ୱାସ ପ୍ରଚଳିତ ହୋଇଆସୁଅଛି। ଅନେକ ବ୍ୟକ୍ତିବିଶେଷ ଏସବୁକୁ ଆଖିବନ୍ଦ କରି ଅନ୍ଧପରି ବିଶ୍ୱାସ କରିନିଅନ୍ତି। ବିଶେଷତଃ ଭାବରେ ଆମ ଭାରତୀୟ ସଂସ୍କୃତିରେ ଅୟମାରମ୍ଭରୁ ହିଁ ଅନେକ କୁପ୍ରଥା ରହିଆସିଛି। ଏହି କଳୁଷିତମୟ ପ୍ରଥା ସବୁକୁ ଆମ ଯୁବଗୋଷ୍ଠୀଙ୍କୁ ହିଁ ରୋକିବାକୁ ହେବ।ଏସବୁକୁ ସମୂୂଳେ ନାଶ କରିଲେ ଯାଇ ଏ ସମାଜ ଏକ ସ୍ୱଛ,କଳଙ୍କବିହୀନ ସମାଜରେ ପରିଣତ ହୋଇପାରିବ। କିଛି ରୁଗ୍ଣମାନସିକତାଧାରୀ ବ୍ୟକ୍ତିବିଶେଷଙ୍କ ପାଇଁ ଏ ସମାଜ କଳଙ୍କରେ ପରିପୂର୍ଣ୍ଣ। ଏହାକୁ ପ୍ରତିହତ କରିବାକୁ ହେଲେ ସର୍ବପ୍ରଥମେ ମନରୁ ସମସ୍ତ କୁତ୍ସିତ ଚିନ୍ତାଧାରାକୁ ପରିତ୍ୟାଗ କରିବାକୁ ହେବ। ତନ୍ମଧ୍ୟରୁ କେତେଗୋଟି କୁସଂସ୍କାର ବାବଦରେ ମୁଁ ଏହିଠାରେ ଉଲ୍ଲେଖ କରୁଛି-

* ପ୍ରଥମେ ଆଲୋକପାତ କରିବା ଜାତିପ୍ରଥା ସମସ୍ୟା ଉପରେ। ଜାତିପ୍ରଥା ଅବଶ୍ୟ ପୂର୍ବପରି ଏତେ ପରିମାଣରେ ନ ଥିଲେ ସୁଦ୍ଧା କିଛି କିଛି ସ୍ଥାନ ମାନଙ୍କରେ ଏହା ପରିଦୃଶ୍ୟ ହେଉଛି। ଦେବାଳୟ, ଧର୍ମପୀଠ, ଆଧ୍ୟାତ୍ମିକ ସ୍ଥଳୀ ମାନଙ୍କରେ ନୀଚ୍ଚଜାତି ଏବଂ ଦଳିତବର୍ଗର ଗୋଷ୍ଠୀଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ବାର୍ଯ୍ୟାପ୍ତ କରାଯାଇଛି। ଏହି ଜାତି ପ୍ରଥାକୁ ନେଇ ଦେଶଦେଶ ମଧ୍ୟରେ,ଜାତିଜାତି ମଧ୍ୟରେ ଗୋଷ୍ଠୀ କନ୍ଦଳ ଏବଂ ବିଦ୍ରୋହର ସୂତ୍ରପାତ ହୋଇଥାଏ। ଜାତିଆଣା ମନୋଭାବକୁ ନେଇ ସବୁଠି ଶସ୍ତା ରାଜନୀତି ଚାଲିଛି। ହିନ୍ଦୁ ଏବଂ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମଧ୍ୟରେ ଅହରହ ସଂଘର୍ଷ ଜାରିରହିଛି। ସେଥିପାଇଁ କେତେ ରକ୍ତପାତ,କେତେ ନିରୀହ ନିର୍ଦ୍ଦୋଷ ମନୁଷ୍ୟଙ୍କ ଜୀବନ ଅକାଳରେ ଚାଲିଯାଉଛି।

* ବର୍ତ୍ତମାନ ଆସିବା ଦ୍ୱିତୀୟ ପ୍ରସଙ୍ଗ ଉପରେ ଯାହାହେଲା ଲିଙ୍ଗଗତ ବୈଷମ୍ୟର କଥା। ଆମେ ଏକବିଂଶ ଶତାବ୍ଦୀରେ ଜୀବନ ଜୀଉଁଥିଲେ ସୁଦ୍ଧା ପୁରୁଷ ପ୍ରଧାନ ସମାଜରେ ନାରୀଙ୍କୁ ସର୍ବଦା ହୀନମନ୍ୟତାର ଶିକାର ହେବାକୁ ପଡିଥାଏ। ମାତୃଗର୍ଭରୁ ହିଁ ତାକୁ ବିଭିନ୍ନ ପାଶବିକ ଅତ୍ୟାଚାରର ସମ୍ମୁଖୀନ ହେବାକୁ ପଡିଥାଏ। “କନ୍ୟାଭ୍ରୁଣ ହତ୍ୟା” ଏହାର ଏକ ବଳିଷ୍ଠ ନମୁନା। ଯୌତୁକପ୍ରଥା, ସତୀଦାହ ପ୍ରଥା, ବାଲ୍ୟବିବାହ, ମଙ୍ଗଳଦୋଷ ଆଦି ଅନେକ କୁସଂସ୍କାର ସମାଜରେ ମୁଣ୍ଡଟେକି ଅବସ୍ଥାପନ କରିଅଛି। ନାରୀଟିଏ ଯେତେବେଳେ କୁମାରୀ ଅବସ୍ଥାରେ ପାଦଥାପେ ସେବେ ସିଏ ପୁଷ୍ପବତୀ ହୋଇଥାଏ। ଏବଂ ରଜସ୍ୱଳା ନାରୀଟିକୁ ସେହି ସମୟରେ ଅନେକ ନୀତିନିୟମ ପାଳନ କରିବାକୁ ପଡିଥାଏ। ତା’କୁ ମନ୍ଦିରକୁ ଯିବା ବାରଣ କରାଯାଇଥାଏ। ଶରୀରରେ ତୈଳ ଏବଂ ହଳଦୀ ଲଗାଇବାକୁ ନିଷେଧ କରାଯାଇଥାଏ। ପୁରୁଷଙ୍କ ଛାୟା ସୁଦ୍ଧା ସ୍ପର୍ଶ କରିବାରୁ ବାରଣ କରାଯାଇଥାଏ ତା’କୁ। ସେ ପାଲଟିଯାଇଥାଏ ସମ୍ପୂର୍ଣ୍ଣ ଭାବେ ଅସ୍ପୃଶ୍ୟ। ଏକ ଅଛୁଆଁ ଏବଂ ଅଲୋଡା ମନୁଷ୍ୟ ବନିଯାଇଥାଏ ସିଏ। କିନ୍ତୁ ଏସବୁ କାହିଁକି? କ’ଣ ଏ ସବୁର ପ୍ରକୃତ ଅର୍ଥ? ଏହା କ’ଣ ଉଚିତ୍ କି? ଏସବୁ ପ୍ରସଙ୍ଗରେ ଚିନ୍ତା କରିବାକୁ କାହାରି ପାଖରେ ତିଳେ ହେଲେ ବି ସମୟ ନଥାଏ। କେବଳ ମୂର୍ଖପରି ସମସ୍ତେ ଅନୁକରଣ କରିଚାଲନ୍ତି ଏହିସବୁ ଅନୀତି, ଅବିଚାରକୁ। ନାରୀଟିଏ ଯଦି କୁମାରୀତ୍ୱ ଅବସ୍ଥା ପ୍ରାପ୍ତ କରିଥାଏ, ତେବେ ଜାଣିରଖିବାର କଥା ଏହିକି ଯେ ଈଶ୍ୱର ତାକୁ ଏକ ସ୍ୱତନ୍ତ୍ର ଶକ୍ତି ପ୍ରଦାନ କରିଥାନ୍ତି, ଯାହାଦ୍ୱାରା ସେ ନିଜ ମଧ୍ୟରେ ଏକ ଜୀବନକୁ ବଞ୍ଚାଇ ରଖିପାରି ଧୀରେ ଧୀରେ ତାକୁ ଜୀବନ୍ୟାସ ପ୍ରଦାନ କରିଥାଏ। ସୃଷ୍ଟି ଏବଂ ବଂଶ ବୃଦ୍ଧିନିମନ୍ତେ ନାରୀଟିଏ ସର୍ବଦା ମୁଖ୍ୟ ଭୂମିକା ନିର୍ବାହ କରିଥାଏ।

* ଏବଂ ଏତଦବ୍ୟତୀତ ମଧ୍ୟ ଆହୁରି ଅନେକ ସାରା ଅନ୍ଧବିଶ୍ୱାସ ସମାଜରେ ରହିଆସିଅଛି
ଆମେ କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଯଦି ଆମ ସମ୍ମୁଖକୁ ଅଚାନକ ବିରାଡି ଆଗମନ କରେ ତେବେ ଏହା ଅଶୁଭ ପାଲଟିଯାଇଥାଏ। ଆମକୁ କିଛି ସମୟ ଲାଗି ସେଇ ସ୍ଥାନରେ ଅଟକି ଯାଇ ପୁନର୍ବାର ଯାତ୍ରା କରିବାକୁ ପଡିଥାଏ। କିନ୍ତୁ କାହିଁକି? ବିଲେଇ କ’ଣ ଗୋଟେ ପ୍ରାଣୀ ନୁହେଁ କି? ସିିଏ କ’ଣ କେବେ କାହାରି ସମ୍ମୁଖକୁ ଭୁଲରେ ବି ସୁଦ୍ଧା ପ୍ରବେଶ କରିପାରିବ ନାହିଁ? ଆମ ଶରୀର ଉପରେ ଝିଟିପିଟିଟିଏ ପଡିଲେ କୁହାଯାଏ କି କୌଣସି ନାଁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। କ’ଣ ଏହା ଯୁକ୍ତିଯୁକ୍ତ କି? ଏ ସବୁ ପ୍ରଶ୍ନର ସମାଧାନ ପାଠକ/ପାଠିକା ମାନଙ୍କ ଉପରେ ମୁଁ ସମ୍ପୂର୍ଣ୍ଣ ରୂପେ ଛାଡିଦେଉଛି।

* ଦେବୀପୀଠ ମାନଙ୍କରେ ଶାକ୍ତଙ୍କର ଆରାଧନା ଲାଗି ପଶୁବଳିର ପ୍ରଥା କାହିଁ କେତେ ଯୁଗ ଧରି ଚାଲିଆସୁଅଛି। କିଛି ସ୍ଥାନରେ ମଧ୍ୟ ନରବଳୀ ଭଳି ଅମାନୁଷିକ କାର୍ଯ୍ୟକଳାପ ଗୁପ୍ତରେ ସଂଘଟିତ ହେଉଥାଏ।
ଏହା ଲୋକମୁଖରେ ପ୍ରଚଳିତ ଯେ ପଶୁବଳୀ, ନରବଳୀ ଦେବା ଦ୍ୱାରା ଦେବୀ ମାତା ପ୍ରସନ୍ନ ହୋଇ କୃପା ବର୍ଷା କରନ୍ତି ଏବଂ ଚାଷକାର୍ଯ୍ୟରେ ମଧ୍ୟ ଉନ୍ନତି ସାଧନ ହୋଇଥାଏ। ଏ ସଂସାରରେ ପ୍ରତ୍ୟେକଟି ପ୍ରାଣୀ ମାଆଙ୍କର ସନ୍ତାନ ଅଟେ। ମାଆ କ’ଣ କେବେ ନିଜ ସନ୍ତାନର ମୃତ୍ୟୁକୁ ଦେଖି ଖୁସି ହୋଇପାରିବ?

* ଆଉ ଏକ କୁସଂସ୍କାର କଥା ଏଠାରେ ଉଲ୍ଲେଖ କରିବାକୁ ଚାହିଁବି ତାହା ହେଲା “ଉଆଁସୀ କନ୍ୟାର କଥା” । ଜଣେ ନାରୀ ଯଦି ଅମାବାସ୍ୟା ରାତ୍ରିରେ ଜନ୍ମଲାଭ କରେ ତେବେ ତା’କୁ “ଉଆଁସୀ କନ୍ୟା”ରୂପେ ନାମିତ କରାଯାଏ। କୁହାଯାଏ କି ଯେ ସେ ଯାହାକୁ ବି ବିବାହ କରିବ ତା’ର ମୃତ୍ୟୁ ସୁନିଶ୍ଚିତ ବୋଲି ଧରିନିଆଯାଏ। ଏହା ସମ୍ପୂର୍ଣ୍ଣ ରୂପେ ଅପପ୍ରଚାର ଏବଂ ଗୁଜବ ଅଟେ। ପ୍ରଥମେ ଆମ ସମସ୍ତଙ୍କୁ ଏକ ସୁସ୍ଥ ମାନସିକତା ରଖିବାକୁ ହେବ।ଏବଂ ତା’ ସହିତ ଏହିଭଳି କିଛି ନିନ୍ଦନୀୟ କୁସଂସ୍କାର ସବୁକୁ ତୀବ୍ର ବିରୋଧ କରିପାରିଲେ ଯାଇ ଆମେ ସମସ୍ତେ ଏକ ପୂର୍ଣ୍ଣାଙ୍ଗ ଉତ୍ତମ ସମାଜ ଗଠନରେ ଅଂଶୀଦାର ହୋଇପାରିବା। ଗୋଟିଏ କଥା ସର୍ବଦା ମନେ ରଖିବାକୁ ହେବ ଯେ ସମାଜରେ ଉନ୍ନତ ଚିନ୍ତାଧାରା ରଖୁଥିବା ବ୍ୟକ୍ତିବିଶେଷଙ୍କୁ ନେଇକି ହିଁ ଗୋଟିଏ ଉତ୍ତମ ସମାଜ ଗଠନ ହୋଇଥାଏ।

ମୁକ୍ତିରାଣୀ ଦେବତା

Loading

5 thoughts on “*ସମାଜରେ ପ୍ରଚଳିତ କୁସଂସ୍କାର ଓ ତା’ର ନିରାକରଣ – ମୁକ୍ତିରାଣୀ ଦେବତା*

  1. I simply could not go away your website prior to suggesting that I actually enjoyed the standard info a person provide in your guests?
    Is gonna be back continuously in order to check up on new posts

  2. My spouse and I stumbled over here from a different website and thought I may as well check things out.
    I like what I see so now i am following you.
    Look forward to looking over your web page for a second time.

  3. Hi my family member! I want to say that this
    article is amazing, great written and come with approximately all significant infos.

    I’d like to see extra posts like this .

Leave a Reply

Your email address will not be published. Required fields are marked *