ଚାନ୍ଦ ଲୁଚିଗଲା
ଦୀନ ବଂଧୁ ବେଜ
**********************
ଲୁଚିଗଲେ ଚାନ୍ଦ
ବୁଡିଯାଏ ଭେଳା,
ଲୁଚକାଳି ଖେଳେ
ସତେକି ଚପଳା ।
ଚାତକ ପରାୟ
ଅପେକ୍ଷାର ଲୟ,
ଚାନ୍ଦ ଭେଟିବାକୁ
ହୃଦୟ ଅଥୟ ।
ସ୍ପର୍ଶ କରିନାହିଁ
ତୃଷ୍ଣା ପାଇଁ ଜଳ ,
ଚନ୍ଦ୍ରର ଦର୍ଶନରେ
ବ୍ରତର ସଫଳ ।
ତପସ୍ୟା ଭଗ୍ନର
ଗୋଟିଏ କାରଣ ,
ବିଧି ମୁତାବକ
ପୂର୍ଣ୍ଣ ଚନ୍ଦ୍ରର ଦର୍ଶନ ।
ଚନ୍ଦ୍ର ଲୁଚିଅଛି
କାଳିମା ଫାଙ୍କରେ,
କାହିଁକି ଶୁଣିବ
କାହାର ଡାକରେ ।
ଜାଗ୍ରତର ସୁପ୍ତ
ନିଦ ନ ଭାଙ୍ଗିବ ,
ଜାଣି ଲୁଚିଥିବା
ଜହ୍ନ କି ଦିଶିବ ।
ଏଣୁ ଚନ୍ଦ୍ର ତୁମେ
ଦିଅ ଦରଶନ ,
ଉଭା ହୁଅ ତୁମେ
ଛାଡ଼ି ପ୍ରହସନ।
ଅପସରି ଯାଉ
ଆକାଶୁ ବାଦଲ,
ଉଷେଇତି ଗାଉ
ଖୁସିର ଗଜଲ ।
ଚାଲୁଣିର ଜହ୍ନ
ଅପୂର୍ବ ସୌନ୍ଦର୍ଯ୍ୟ,
ପ୍ରତିବର୍ଷ ଆସୁ
ବ୍ରତ କର୍ବାଚୋବ।
ସର୍ବ ଘରଣୀଙ୍କ
ପୂର୍ଣ୍ଣ ହେଉ ବ୍ରତ,
ଘରେ ଘରେ ହେଉ
ଖିରି,ପୁରି ଯୁକ୍ତ।
ଏତିକି ମାଗୁଣି
ସଂସାର ରକ୍ଷକ,
ରଖ ମଥାପରେ
କରୁଣାର ହାତ ।
∆∆∆∆∆∆¶¶¶∆∆∆∆∆∆
ଦୀନ ବଂଧୁ ବେଜ