*(ସତ୍ୟ ଘଟଣା ଉପରେ ଆଧାରିତ)*
🖌️🖌️ବାବାଜୀ🖌️🖌️
ମମତା ଶତପଥୀ
🖌️🖌️🖌️🖌️🖌️🖌️
ଶ୍ୟାମଘନ ମିଶ୍ର ସଉଦା ତାଲିକା, ବ୍ୟାଗ୍ ଓ ଟଙ୍କା ନେଇ ଘରୁ ବାହାରି,ତ ଯାଆନ୍ତି, କିନ୍ତୁ ଫେରନ୍ତି ଅଳ୍ପ କିଛି ସଉଦା ସହିତ।ଯାହାକି ନିହାତି ଆବଶ୍ୟକ ଥାଏ।ଅନ୍ୟ ସଉଦା ବିଷୟରେ ପଚାରିଲେ କହନ୍ତି,”ଦୋକାନ ବଜାର କ’ଣ ଦୂରରେ ? ଦିନେ ଦୁଇ ଦିନ ଭିତରେ ନେଇ ଆସିବିନି !” ଅସଲରେ କିନ୍ତୁ ଶ୍ୟାମଘନ ଘରୁ ଯଦି ଦୁଇ ହଜାର ଟଙ୍କା ନେଇ ବାହାରିଥିବେ,ପାଞ୍ଚଶହ ଟଙ୍କାର ଜିନିଷ ଆସିଥିବ,ତ ଦେଢ ହଜାର ଟଙ୍କା ଦାନ କରାଯାଇଥିବ।କିଏ ବୋଉ ଦେହ ଅସୁସ୍ଥ ଔଷଧ ଆଣିବି କହି ଟଙ୍କା ନେଇଥିବ,ତ କିଏ ପିଲାଙ୍କ ପଢାବହି କିଣିବ, କହି ଟଙ୍କା ନେଇଥିବ।ଘରେ ଯିଏ ଯେତେ ବିଗିଡିଲେ ମଧ୍ୟ, ଶ୍ୟାମଘନଙ୍କ ପାଖରୁ କେହି ଆଶାୟୀ ଖାଲି ହାତରେ ଫେରେ ନାହିଁ।
ଏମିତି ଚାଲିଥାଏ।ଦିନେ କିନ୍ତୁ କଥାଟା ଅଧିକ ବଳେଇ ପଡିଲା।ଶ୍ୟାମଘନଙ୍କ ବାପା ତାଙ୍କୁ ଦଶହଜାର ଟଙ୍କା ବ୍ୟାଙ୍କ୍ ରେ ଡିପୋଜିଟ୍ କରିବା ପାଇଁ ଦେଲେ।କହିଲେ ” ଆମର ଦାଣ୍ଡରୁ ଆସି ହାଣ୍ଡିରେ ପଡୁଛି।କିଛି ସଞ୍ଚୟ ନାହିଁ।ରୋଗରେ ପଡିଲେ,ଔଷଧ ପାଇଁ କାହା ପାଖରେ ହାତ ପତେଇବା ? ଏତିକି ଟଙ୍କା, ଅଳ୍ପ ହେଉ ପଛେ ରଖିଦେଇଥା ଦରକାର ବେଳେ କାମରେ ଆସିବ।”
ଶ୍ୟାମଘନ ଟଙ୍କା ନେଇ ଘରୁ ବାହାରିଗଲେ।ବାଟରେ ଦେଖିଲେ ଗୋଟିଏ ଜେ. ସି.ବି ଦ୍ଵାରା ମାଟି ତଡାହେଉଛି।ତାଙ୍କର ମନେପଡିଗଲା ତାଙ୍କ ଗାଁ ରାସ୍ତା, ବଣୁଆ ଜଙ୍ଗଲିଆ ହୋଇ ପଡିଛି।ରାସ୍ତା ମଝିରେ ବଡ ବଡ ହୁଙ୍କା ମଧ୍ୟ ଅଛି।ସେହି ରାସ୍ତାଟି ଅବହେଳିତ ଅବ୍ୟବହୃତ ହୋଇ ରହିଥିବାରୁ,ଦୋକାନ ବଜାର ଯିବାକୁ ହେଲେ ପାଞ୍ଚ କିଲୋମିଟର ବୁଲାଣି ବାଟ ଦେଇ ଯିବାକୁ ହେଉଛି।ଚାଲିକି ଯିବା ପ୍ରଶ୍ନ ନାହିଁ।ପେଟ୍ରୋଲ ଲିଟର ଶହେଦଶ।ଗାଁ ଲୋକମାନେ ହଇରାଣ ହେଉଛନ୍ତି।ଅସୁବିଧାରେ ପଡୁଛନ୍ତି।ସେ ନିଜେ ମଧ୍ୟ।ପାଖରେ ଟଙ୍କା ଅଛି।ସାଙ୍ଗେ ସାଙ୍ଗେ ଜେ.ସି.ବି ମାଲିକକୁ ପାଞ୍ଚହଜାର ଧରାଇଦେଲେ।ଗାଁ ରାସ୍ତାଟିକୁ ସଫା କରାଇଦେଲେ।
ବଜୁରି,ଗୋଡି କିଣି,ମୁଲିଆ ଲଗାଇ ରାସ୍ତାଟି ସମତୁଲ କରିଦେଲେ।ପ୍ରାୟ ଦଶହଜାର ଖର୍ଚ୍ଚ ହୋଇଗଲା।ଭାବିଲେ – ବାପାଙ୍କୁ ଜଣାଇବେନି।ଆସନ୍ତା ମାସରେ ଯେପରିହେଉ ନିଜ ଖର୍ଚ୍ଚ କମାଇ ନିଜ ଦରମାରୁ ଭରଣା କରି ବ୍ୟାଙ୍କ୍ ରେ ରଖିଦେବେ।
ତୁଣ୍ଡ ବାଇଦ ସହସ୍ର କୋଶ।ଏ ପୁଣି ଗାଁ ଭିତର କଥା।କଥାଟା ସମସ୍ତେ ଜାଣିଗଲେ।ଜାଣିଲେ ତ ଜାଣିଲେ ସେ ରାସ୍ତାଟିକୁ ଗାଁ ପିଲାମାନେ “ଶାମ ନନା ରୋଡ୍” ନାମରେ ନାମିତ କଲେ।ଅଚିରେ ଶ୍ୟାମଘନ ବାପାଙ୍କ ପାଖରେ କଥା ପହଞ୍ଚିଗଲା।ବାପା ପଚାରନ୍ତେ, “ଶ୍ୟାମଘନ କହିଲେ ବାପା ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି।ମୁଁ ଏଇମାସ ଦରମା ପାଇବା ମାତ୍ରେ ବ୍ୟାଙ୍କ୍ ରେ ଟଙ୍କା ଡିପୋଜିଟ୍ କରିଦେବି।ତାଛଡା ଏଇ ଗାଁରେ ପାଞ୍ଚ ଶହ ପରିବାର।ସମସ୍ତେ ଏବେ ସେହି ରାସ୍ତା ଦେଇ ଯାତାୟାତ କରୁଛନ୍ତି।ପ୍ରତି ପରିବାର ଯଦି ଶହେ ଟଙ୍କା ଲେଖା ଦିଅନ୍ତି, ମୁଁ ଖର୍ଚ୍ଚ କରିଥିବା ଟଙ୍କା ମିଳିଯିବ, ଏବଂ ଗାଁ’ର ଉନ୍ନତି ପାଇଁ କିଛି ଟଙ୍କା ଗଚ୍ଛିତ ରହିଯିବ।”
ବାପା ନୀରବ ରହିଲେ।ଦୁଇମାସ ବିତିଗଲା।ଶ୍ୟାମଘନ ବ୍ୟାଙ୍କ୍ ରେ ଶହେ ଟଙ୍କା ମଧ୍ୟ ଡିପୋଜିଟ୍ କରିପାରିଲେ ନାହିଁ।ଦରମା ଟଙ୍କା ଘର ଖର୍ଚ୍ଚକୁ ନିଅଣ୍ଟ ହେଉଥିଲା।ଗାଁର ସମସ୍ତ ଲୋକ ସେହି ରାସ୍ତାରେ ଯାତାୟାତ କରୁଥିଲେ ମଧ୍ୟ ଅଣ୍ଟିରୁ ପଇସା କାଢିବାକୁ କେହି ରାଜିନଥିଲେ।ଗରିବଗୁରୁବା ମଳିମୁଣ୍ଡିଆମାନେ ଶହେ ଦୁଇଶହ ଟଙ୍କା ବାହାର କଲେ ସିନା ଥିଲାବାଲା ଲୋକେ କହିଲେ ” ଆମକୁ ପଚାରିକି କିଏ ରାସ୍ତା କାମ କରିଥିଲାକି ?ଆମେ ସେ ରାସ୍ତାରେ ଯାତାୟାତ କରୁଛୁ ବୋଲି ଟଙ୍କା ଦବାକୁ ବାଧ୍ୟ ନା କ’ଣ ?”
ଏହାପରେ ଶ୍ୟାମଘନଙ୍କର କିଛି ଆପତ୍ତି ନଥିଲା କି ଅଭିଯୋଗ ନଥିଲା।ସଂସାର ଯଥାରୀତି ଚାଲିଥିଲା।ପୃଥିବୀ ତା’ର ନିର୍ଦ୍ଦିଷ୍ଟ କକ୍ଷପଥରେ ଘୁରିବୁଲୁଥିଲା।ଏସବୁ ସାମାନ୍ୟ ସାମାନ୍ୟ ଘଟଣାରେ ମୁଣ୍ଡ ଖେଳାଇବାକୁ ପୃଥିବୀର ସମୟ ଅଛି ନା କ’ଣ !!
ଏସବୁ ସମସ୍ୟାରେ ଜଡ଼ିତ ହେଲେ ପୃଥିବୀ ତା ନିଜ ଦାୟିତ୍ୱ ଠିକ୍ ଭାବେ କରିପାରିବକି ?ତେଣୁ ସେ ଅବିଚଳିତ ଥିଲା।
କିନ୍ତୁ ଅଘଟଣ ଘଟିଲା ସେହିଦିନ, ଯେଉଁଦିନ ଶ୍ୟାମଘନର ଅଶି ବର୍ଷ ବୟସ୍କା ବୋଉ ହଠାତ୍ ଅସୁସ୍ଥ ହୋଇଗଲେ।ପାଖ ଡାକ୍ତରଖାନାକୁ ତାଙ୍କୁ ସାଙ୍ଗେ ସାଙ୍ଗେ ନିଆଗଲା।ଡାକ୍ତର କହିଲେ ” ରୋଗ ଠିକ୍ ଭାବେ ନିରୂପଣ କରିହେଉନାହିଁ।ରକ୍ତ ପରିସ୍ରା ଇତ୍ୟାଦି ପରୀକ୍ଷା କରିବା ସହ କିଡନୀ ହାର୍ଟ ଇତ୍ୟାଦିର ଅଲ୍ ଟ୍ରାସାଉଣ୍ଡ୍ ଓ ସିଟିସ୍କାନ୍ ହେବା ଆବଶ୍ୟକ।”
ଶ୍ୟାମଘନ ବିଚଳିତ ହୋଇଗଲା।ତା’ର ଗୁଣ ସହିତ ପରିଚିତ ଥିବା ଲୋକେ ତା ବାପାଙ୍କୁ କହିଲେ,” ନନା ତୁମେ ଏପରି ଅପରିଣାମଦର୍ଶୀ ପୁଅ ଜନ୍ମ କରିବା ଅପେକ୍ଷା ବାବାଜୀ ହୋଇଯିବା ଭଲ ହୋଇଥାଆନ୍ତା।ତା ହାତରେ ଗୋଟିଏ ବି ଟଙ୍କା ରହିଲେ ସେ ଜନସେବାରେ ଉଡାଇଦେବ।ନିଜ ବାପା ବୋଉ ରୋଗରେ ପଡିଲେ ଚିକିତ୍ସା କରିବ କେମିତି ?”
ସାମାନ୍ୟ ବି ବିଚଳିତ ନହୋଇ ମୃଦୁମନ୍ଦ ହସୁଥିଲେ ଶ୍ୟାମଘନର ବାପା।କହିଲେ ” ଆରେ ତୁମେ ବାବାଜୀ କହିଲେ କ’ଣ ବୁଝକି ?ସଂସାରୀ ଜୀବନ ତ୍ୟାଗ କରି ଜଟାଜୁଟ ମଣ୍ଡିତ ହୋଇ କୌପିନ ପିନ୍ଧି ଦେଲେ କେହି ସଚ୍ଚା ବାବାଜୀ ହୋଇଯାଏ ନାହିଁ।ଯିଏ ବିନା ସ୍ବାର୍ଥରେ ଦେଶ ଓ ଦଶର ମଙ୍ଗଳ କରିଥାଏ,ଯିଏ ବୁଝିଥାଏ ମାନବ ସେବା ହିଁ ମାଧବ ସେବା,ଯିଏ ବୁଝିଥାଏ ‘ପରୋପକାରାୟ ସ୍ବର୍ଗାୟ’ ଏବଂ ସେହି ବୁଝିବାକୁ ଯିଏ ନିଜ କର୍ମରେ ପ୍ରତିପାଦନ କରିଥାଏ ସିଏ ହିଁ ପ୍ରକୃତ ବାବାଜୀ ବା ସାଧୁ ସନ୍ଥ।ମୋ ପୁଅ ଅବାଟରେ ଟଙ୍କା ଖର୍ଚ୍ଚ କରିଛି କି ? ନିଜ ଚାକିରୀରେ ପଦୋନ୍ନତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଲାଞ୍ଚ ଦେଇଛିକି ? ସାଙ୍ଗମେଳରେ ପଡି ମଦ ସିଗାରେଟ୍ ଗଞ୍ଜେଇ ପରି ବିଭିନ୍ନ ମାଦକଦ୍ରବ୍ୟ ସେବନରେ ଟଙ୍କା ଉଡାଇଛିକି ? ତା’ର କୌଣସି ରାଜନୈତିକ ଅଭିଳାଷ ଅଛିକି ? ଅଳ୍ପ କିଛି ଜନହିତକର କାମ କରି,ପ୍ରଶଂସା ଗୋଟାଇ ସରପଞ୍ଚ ପାର୍ଥୀ ଭାବେ ନିଜର ପରିଚୟ ସୃଷ୍ଟି କରିବାର ଇଛା ଅଛିକି ? ନା —–ସେ ଯାହା କରିଛି କେବଳ ହିଁ କେବଳ ମହତ୍ ଉଦ୍ଦେଶ୍ୟରେ ହିଁ କରିଛି। ରୋଗୀକୁ ଧରି ପାଞ୍ଚ କିଲୋମିଟର ବୁଲିବା ବଦଳରେ ଆମେ ପୁଅ ତିଆରି କରେଇଥିବା ମାତ୍ର ଶହେମିଟର ରାସ୍ତା ଦ୍ୱାରା ଶୀଘ୍ର ଡାକ୍ତରଖାନାରେ ପହଞ୍ଚିଗଲୁ।ଆଉ ରହିଲା ଆର୍ଥିକ ସହାୟତା।ଯେହେତୁ ମୋ ପୁଅ ଉପଯୁକ୍ତ ମାର୍ଗରେ ଅର୍ଥ ବିନିଯୋଗ କରିଛି ତାକୁ ନିଶ୍ଚୟ ଈଶ୍ୱର ସହାୟ ହେବେ।ଆମେ ତୁମ ନାନୀର, ପାରୁପର୍ଯ୍ୟନ୍ତ ଚିକିତ୍ସା କରାଇବୁ।ଯଦି ବା ନହୋଇପାରିଲା ତାହାହିଁ ବିଧିର ବିଧାନ ବୋଲି ମାନିନେବୁ।ମନ ଦୁଃଖ କରିବୁ ନାହିଁ।ମୃତ୍ୟୁ ଅନିବାର୍ଯ୍ୟ।କାଲି ଆସିଥାଆନ୍ତା।ଆଜି ଆସିଯିବ।ସେଥିପାଇଁ ଦୁଃଖ କାହିଁକି ? କିନ୍ତୁ ଆମ ପାରୁପର୍ଯ୍ୟନ୍ତ ଚେଷ୍ଟା ଆମେ ନିଶ୍ଚୟ କରିବୁ।ଶ୍ୟାମ ଭଳି ପୁଅଟିଏ ପାଇ ମୁଁ ଗର୍ବିତ।ଯଦି ମୋ ପୁଅ ଭଳି ଗୁଣ ଅନ୍ୟ କାହାର ଥାଆନ୍ତା, ତେବେ ଏ ଧରଣୀର ରୂପରେଖ ନିଶ୍ଚୟ ବଦଳି ଯାଆନ୍ତା।”
ଶ୍ୟାମଘନ ନାଁରେ ଅଭିଯୋଗ କରି ତା ବାପାଙ୍କ ନିକଟରେ ନିଜ ନିଜର ଉତ୍ତମ ଚରିତ୍ରବତ୍ତା ସମ୍ପର୍କରେ ପ୍ରମାଣ ଦେବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଗଣ ତଳକୁ ମୁଣ୍ଡ ପୋତି ତାଙ୍କ କଥାର ଗମ୍ଭୀରତା ଉପଲବ୍ଧି କରୁଥିଲେ।
🖌️🖌️🖌️🖌️🖌️🖌️
ମମତା ଶତପଥୀ
634 total views, 1 views today
2uh0BL Thanks again for the blog article.Really thank you! Fantastic.
I’m no longer sure the place you’re getting your info, however great topic. I needs to spend some time studying much more or understanding more. Thanks for excellent information I used to be searching for this information for my mission.
I’ve been browsing on-line greater than three hours these days, yet I never found any interesting article like yours.
It is pretty value sufficient for me. Personally, if all web owners
and bloggers made excellent content material as you probably did, the internet will likely be a lot more helpful than ever before.
If some one desires to be updated with newest technologies after
Thanks for the auspicious writeup. It actually
was once a enjoyment account it. Glance complicated to more added agreeable from
you! However, how can we keep up a correspondence?
You are so interesting! I don’t think I’ve truly read
something like that before. So good to discover someone with genuine thoughts on this subject matter.
Seriously.. many thanks for starting this up. This site is one thing that is required on the internet, someone with some originality!
Nice post. I was checking continuously this blog and I am impressed!Very useful information particularly the last part I care forsuch information a lot. I was looking for this particular information for avery long time. Thank you and best of luck.
Awesome things here. I’m very happy to look your post. Thank you a lot and I
am looking ahead to contact you. Will you kindly drop me a e-mail?
Greetings! Very helpful advice within this article! It’s the little changes that make the largest changes. Many thanks for sharing!
Hey I know this is off topic but I was wondering if you knew of
any widgets I could add to my blog that automatically tweet my newest twitter updates.
I’ve been looking for a plug-in like this for quite some time and
was hoping maybe you would have some experience with something like
this. Please let me know if you run into anything. I truly enjoy reading your blog and I look
forward to your new updates.
I want to to thank you for this wonderful read!! I absolutely loved every little bit of it. I have got you book marked to look at new things you post? Christie Richard Burrows
Very good info. Lucky me I recently found your blog by accident (stumbleupon). I’ve book-marked it for later!
There’s certainly a great deal to know about this topic. I really like all the points you made.
I’m not sure where you’re getting your information, but great topic.I needs to spend some time learning much more orunderstanding more. Thanks for magnificent info I was looking for this information for mymission.
Hey There. I discovered your blog the use of msn. That is a very well written article.I will be sure to bookmark it and return to learn extra ofyour helpful information. Thanks for the post. I will definitely comeback.
Hi my family member! I wish to say that this article is amazing, great written and include almost all significant infos. I would like to peer extra posts like this .
Hi! I’ve been reading your blog for a while now and finally gotthe bravery to go ahead and give you a shout out from Porter Texas!Just wanted to mention keep up the fantastic work!
It’s an amazing article for all the online viewers; they will takeadvantage from it I am sure.
My brother recommended I may like this blog. He was entirely right. This submit actually made my day. You can not imagine simply how a lot time I had spent for this info! Thank you!