ପାପ କବିତା…
ମାନସ କୁମାର ସେନାପତି
………..
ଏଠି ଜିଇଁବା ପାପ
ମରିବା ପାପ
ମାରିବା ପାପ ପୁଣି,
ବଞ୍ଚାଇରଖିବା ବି ପାପ ,
ଚେଇଁ ରହିବା ପାପ
ସ୍ୱଇଚ୍ଛା ରେ ଶୋଇବା ପାପ
ମଣିଷ ବୁଝି ଅବୁଝା ହୁଏ
ଜାଣି ଜାଣି ନୀତି ଅଜଣା ହୁଏ
ପାପ ର ସଂଜ୍ଞା ଓ ସ୍ୱରୂପ ।
ପ୍ରତି ବର୍ଷ ମାସ ଦିନ ଘଣ୍ଟା ମୁହୂର୍ତ୍ତ
ମୁହୂର୍ତ୍ତ ଅନ୍ତରାଳ ରେ ଜନ୍ମନିଏ ପାପ ସମ୍ପର୍କ
କୁଆଁ ରାବ ଦେଇ ସଂସାର କୁ ଆସେ ପାପ ଶିଶୁ ସାବକ
ପାପ ଆଜି ରାଜ କରେ ଏ ଅରାଜକ ସମାଜରେ
ରାଜା ହୋଇ ବସେ ନୀତି ନୀତି ହୀନ ହୃଦୟରେ
ସଭିଙ୍କ ଆଖିରେ ପରଳ ପଡେ
ଘୋଡ଼ନ୍ତି ପାପର ଚାଦର ସମଗ୍ର ଦେହଜାକ
ଏଠି ପାପ ବିକ୍ରି ହୁଏ ପାପ କିଣା ହୁଏ
ପାପ ରେ ପୁରିଛି ମନ ସିନ୍ଧୁକ
ପାପ ପାଇଁ ହାଟ ବସେ
ପାପ ପାଇଁ ପାଦ ଖସେ
ପାପ ରସେ ରସିଛି ଜୀବନ
ବ୍ୟଘ୍ର ସ୍ୱାନ ପରି ମଣିଷ କରୁଛି ହିଂସ୍ର ପାପ
ଗଳ୍ପ ପାପ, କବିତା ପାପ
ନାଟକ ପାପ କଳ୍ପନା ଅବା ବାସ୍ତବତାରେ ବି ପାପ
ସବୁଠି ପାପ ର ସ୍ଥିତି, ପାପର ଗୋଳିଆ ପାଣି ।
ମାନସ କୁମାର ସେନାପତି
# ✍️ମାନସ କୁମାର ସେନାପତି