ପ୍ରିୟସୀ
ପବିତ୍ର ବେହେରା
*********************
ରଜନୀକୁ ନିଜର କରି
ଘନଘନ ଅନ୍ଧାର ପ୍ରାନ୍ତରେ ।
ଖୋଜିବୁଲେ ପ୍ରିୟସୀ ତୁମକୁ
ପାଗଳ ଭଅଁର ସାଜି ପୁଷ୍ପବଣରେ।
ସିଂହରଣ ସୃଷ୍ଠିହୁଏ ଅଦୃଶ୍ଯ
ଭାବନାର ସର୍ବଶ୍ରେଷ୍ଠ ଚିତ୍ରରେ।
ମିଳନର ଉପବନରେ ମହକିଉଠେ
ମଳୟ ପବନର ମହ ମହ ବାସ।
ରକ୍ତଚୂର୍ଣ ଟାଣି କପାଳରେ ତୁମର
ଲିପିକାର ସାଜି ଲେଖେ ବାନ୍ମୁଖ ।
ଯୁବଜାନି ଜଳେ ବାଡବ-ଅନଳେ
ଛଟପଟ ତନୁ ପିଞ୍ଜରା ତଳେ।
ମୃତଣ୍ଡର ମଣି ସହ ଗୁନ୍ଥେ ମୁକ୍ତାବଳି
କାମୁକ ଚାହାଣୀରେ ଦେଖେ ତୁମ ରୂପକୁ।
କାମଋତୁ ଗର୍ଜେ ତନୁର ଶିଖରରେ
ଉନ୍ମାଦନା ହେଉଛି ଆଜି ବାମୁଲରେ।
ଚିରିଯିବ ଦେହ ତୁମ ମୃକ୍ତିରା ପରି
ଉନ୍ମୁକ୍ତ କେଶେ ଲାଗ ତୁମେ କେଶବତୀ ପରି।
ବଚସ୍କର ସାଜି ସମ୍ରପି ଦିଅ ନିଜ
ତନୁ ର ସାମୁଦ୍ରିକ ତୃଷ୍ଣା ।
ଅଶୋକବନ ରୁ ମହକ ଆସି ବାସି ଯାଉଛି
ମୋ ପୁଷ୍ପଶଯ୍ୟା ରେ ପୁଷ୍ପବତୀ ଆଳିଙ୍ଗନରେ।
ଭିଜେଇ ଦିଏ ରସାଳ ଅଧରକୁ ତୁମର
ରୋମନ୍ଥିଲା ସ୍ଥୂଲ ରତ୍ୟଙ୍ଗର ତୁଠେ।
ମାଞ୍ଜିଷ୍ଠ ହୁଏ ମୁହଁ ହାତ ସବୁ
ବୋହଳିଆ ନିଦର ଚାଦର ତଳେ।
ବଜ୍ରାଭ ଯୌବନେ ରତିର କ୍ରୀଡା
ସୃଷ୍ଟି ହୁଏ ଦେହରେ ମ୍ରଦିଷ୍ଠ ପୀଡା ।
ତରି ଭାବନରେ ହୋଜି ବିତଇ ରଜନୀ
ମନର ମନ୍ଥନେ ଲୁଟେ ଦେହର ତାତି।
ପବିତ୍ର ବେହେରା
ଖୁବ୍ ସୁନ୍ଦର କବିତା ରଚନା
Thank you
ଖୁବ୍ ସୁନ୍ଦର ବର୍ଣ୍ଣନା କରିଛନ୍ତି ଆପଣ କବିତାଟି “ପ୍ରିୟସି”
ସୁଦୃଢ କଲମ ମୁନରେ ନୂତନ ସୃଷ୍ଟି କରୁଥାନ୍ତୁ ଆମ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଇଁ ଯାହା ଫଳରେ ଆମ ପରି ଯୁବ ପ୍ରତିଭା ମାନଙ୍କୁ କିଛି ଶିକ୍ଷା ମଧ୍ୟ ମିଳିଯିବ। ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଆଜ୍ଞା
ଆପଣଙ୍କ ସୁନ୍ଦର ଅଭିମତ ପାଇଁ ଧନ୍ଯବାଦ