ନାରୀ
ସ୍ରୋତସ୍ବିନୀ ପରିଡା
********************
ନାରୀ ଏକ ଶବ୍ଦ ନୁହେଁ
ସେ ସହନଶୀଳତା ର ବାସ୍ତବତା
ମମତାର ଗଭୀରତା
ସ୍ନେହ ର ସାଗର
ଆନ୍ତରିକତା ର ଛିଟା।
ନାରୀ ଏକ ସୁନ୍ଦର ସୃଷ୍ଟି
ଯାହାର ସମତୁଲ କେହି ନାହିଁ
ଯାହାକୁ ବୁଝିବା ଅସମ୍ଭବ
ଯାହା ପାଇଁ ସଂସାର ଚାଲେ
ଶାନ୍ତି ଅତୁଟ ରହେ।
ନାରୀ ସର୍ବଂସହା
ଧରିତ୍ରୀ ପରି ସହେ
ଦୁଃଖ,ସୁଖ ଏକାକାର କରି ହସେ
ସମସ୍ତ ଙ୍କୁ ଖୁସି ଦେବା ଆଳରେ
କେବେ ଭାବେ ନାହିଁ ନିଜକୁ।
ନାରୀ ସୌନ୍ଦର୍ଯ୍ୟ ର ପ୍ରତିମୂର୍ତ୍ତି
ସେ ଜାଗୃତି ଆଣେ
ଅସମ୍ଭବ କୁ ସମ୍ଭବ କରେ
ଅଣାୟତ୍ତ କୁ ଆୟତ୍ତ କରେ
କରେ ପୃଥିବୀର ଶୋଭା ବର୍ଦ୍ଧନ।
ଅବର୍ଣ୍ଣନୀୟ ତା’ର ଗୁଣ ଗାରିମା
ଅଶେଷ ତା’ର କୀର୍ତ୍ତି
ମନ୍ତ୍ରମୁଗ୍ଧ କରେ ତା’ର କାହାଣୀ
ବିବର୍ତ୍ତନ ଆଣେ ତାର ମତ
ସେ ସଂସାର ରେ ଶ୍ରେଷ୍ଠ।
ସ୍ରୋତସ୍ବିନୀ ପରିଡା
F*ckin’ awesome things here. I am very glad to see your article. Thanks a lot and i am looking forward to contact you. Will you please drop me a mail?