“ଆହ୍ବାନ”
ଘନଶ୍ୟାମ ତ୍ରିପାଠୀ
ଟାଙ୍ଗରା ପାହାଡ଼ ଶୀର୍ଷ ପରେ ଥାଇ
ଡାକେ ଥୁଣ୍ଟା ବରଗଛ
ସର୍ବଭୂକ୍ ଆହେ ହେ ମାନବ ଜାତି!
ଭାବିଲ କି ଆଗପଛ ।
ମୋର ବଂଶ ପରି ଅନେକ ଜାତିର
ଗଛଲତା ଥିଲେ ଏଠି
ହସୁଥିଲା ଧରା ଧରି ନବ ବେଶ
ସବୁ ସୁଖକୁ ସାଉଁଟି ।
ପଶୁପକ୍ଷୀ ଠାରୁ ସବୁ ଜୀବଜନ୍ତୁ
କାଟୁଥିଲେ ସୁଖେ ଦିନ
ପରିବେଶ ଥିଲା ସୁସ୍ଥ ସବୁ ପାଇଁ
ନ ଥିଲା ବାଧା ବନ୍ଧନ ।
ଷଡ଼ ଋତୁ ଆସୁଥିଲା ଏ ମହୀ କୁ
କରୁଥିଲେ ଯେ ଶାସନ
ଖରା, ବର୍ଷା, ଶୀତ ସମ ପରିମାଣେ
ବାଣ୍ଟୁଥିଲେ ନିଜ ଧନ ।
ଆମରି ଧନରେ ଧନୀ ହୋଇ ସର୍ବ
. ଜୀବ ହର୍ଷ, କଉତୁକେ
ସବୁରି ଆଶ୍ରୟ ଥିଲା ଭରପୁର
ଏହି ଧରଣୀର ବୁକେ ।
ନିଜ ସୁଖ ପାଇଁ କାଟିଲ ଆମ୍ଭଙ୍କୁ
ମରୁଭୂମି କରି ଦେଲ
ପରିଣାମେ ତା’ର ନିଜର ପତନ
ଯାହା ଆମନ୍ତ୍ରି ଆଣିଲ ।
ଆମ ଯୋଗୁଁ ସିନା ଖରା, ବର୍ଷା, ଶୀତ
ନିଜ ଭାରସାମ୍ୟ ଧରି
ଅଂଶୁଘାତ ପୁଣି ଭୂତାପାୟନ କୁ
ଦେଇଥିଲେ ଦୂରେ ଛାଡ଼ି ।
ଯେଉଁ ପରିମାଣେ ଆମ୍ଭଙ୍କୁ କାଟୁଛ
ନ ଲଗାଇ ବୃକ୍ଷ ରାଜି
ନିଜ ହସ୍ତେ ନିଜ ଜିହ୍ବା କୁ ଛେଦୁଛ
ସର୍ବେ ହେବେ ଏଥେ ରାଜି ।
ଆଣ୍ଟାର୍କଟିକା ର ବରଫ ପାହାଡ଼
ତାପମାତ୍ରା ନ ସହିଣ
ତରଳି ସମୁଦ୍ରେ ଯେ ପାଣି ମିଶୁଛି
କ’ଣ ହେବ ପରିଣାମ ?
ସମୁଦ୍ର କୂଳିଆ ଦେଶ, ରାଜ୍ୟ, ଦ୍ଵୀପ
ସାଗର ଗର୍ଭରେ ମିଶି
ପ୍ରଳୟ ଆଣିବ ଏହି ପୃଥିବୀରେ
ଭାବିଛ କି ଦିବା ନିଶି ?
ଆମେ ତୁମ୍ଭ ବନ୍ଧୁ, ଆମ୍ଭେ ତୁମ୍ଭ ସଖା
ହୀତା କାଙକ୍ଷୀ ସବୁଙ୍କର
ଆମେ ବଞ୍ଚିଲେ ତ ଦୁନିଆଁ ବଞ୍ଚିବ
ନ ଭାବ ଏ କଥା ପର ।
ଘନଶ୍ୟାମ ତ୍ରିପାଠୀ
782 total views, 1 views today
Have you ever thought about creating an e-book or guest authoring on other blogs?
I have a blog centered on the same ideas you discuss and would love to have you share some stories/information. I know
my visitors would value your work. If you’re even remotely interested,
feel free to shoot me an e-mail.
There is definately a lot to learn about this topic.
I like all of the points you have made.
Amazing things here. I’m very glad to see your article.
Thanks a lot and I am looking forward to touch you.
Will you please drop me a e-mail?
Hi! This is my first visit to your blog! We are a collection of volunteers
and starting a new initiative in a community in the same niche.
Your blog provided us useful information to work on. You have done
a wonderful job!
Hello, i think that i saw you visited my blog
thus i came to “return the favor”.I’m trying to find things to improve my website!I suppose its ok to use some of your ideas!!
Wow that was odd. I just wrote an very long comment but after I clicked
submit my comment didn’t appear. Grrrr… well I’m
not writing all that over again. Anyway, just wanted to
say fantastic blog!