*ନାରୀ*
ଡ. ପ୍ରିୟମ୍ବଦା ସାମଲ
______________________________________
ନାରୀଟିଏ ସେତ ପ୍ରୀତିର ସ୍ପନ୍ଦନ
କୋମଳତା ସହିଷ୍ଣୁତା ତା’ଜୀବନ।
କେବେ ଆନନ୍ଦିନୀ କେବେ ତେଜସ୍ବିନୀ
କେବେ ପୁଣି ରୁଦ୍ରା କେବେ ଅଭିମାନୀ।
ଜୀବନ ଯୁଦ୍ଧରେ ହାରି ବାରବାର
ତଥାପି ହୁଏନା କେବେ ସେ କାତର।
ପ୍ରଣତି ବାଢେ ସେ ପ୍ରଭୁଙ୍କ ପୟର
କେମିତି ହସିବ ତା ସୁନା ସଂସାର।
ସ୍ନେହେ ପ୍ରେମେ ବାନ୍ଧେ ଦୁନିଆକୁ ତାର
ଅନ୍ତର କୋହକୁ ଦବାଇ ନିଜର।
ପରକୁ କରଇ ଅତି ଆପଣାର
ଆପଣାର ପଛେ କରୁ ହତାଦର।
ଜମାଟ ବାନ୍ଧଇ ଲୁହ ତା ଆଖିର
ତଥାପି ହସେ ସେ ହସାଇ ସଂସାର।
ଦୁଃଖକୁ ସାଉଁଟି ସୁଖକୁ ପରଷି
ଅଗ୍ନି ପରୀକ୍ଷା ଦିଅଇ ହସି ହସି।
ରଖେ ନାହିଁ କେବେ କା ପ୍ରତି ବିଦ୍ବେଷ
ଶାନ୍ତି, ପ୍ରୀତି, ଦୟା ତାହାର ସଂଦେଶ।
ଡ. ପ୍ରିୟମ୍ବଦା ସାମଲ
234 total views, 1 views today