October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଜାମୁକୋଳି-ରମାକାନ୍ତ ଦାସ*

🍇🍇ଜାମୁକୋଳି 🍇🍇

✍️ରମାକାନ୍ତ ଦାସ

————————————————-

ଗାଁ ନିକଟରେ ଥିବା ଗଛରେ
ପେନ୍ଥା ପେନ୍ଥା ଜାମୁକୋଳି
ଛୋଟଗୋଟେ ଖୁସି ପାଇଁ
ଭୁଲୁଥିଲୁ ସବୁ ମାଡଗାଳି ||

ଗୁରୁଙ୍କ ପାଖରେ ବାହାନା କରି
ଶ୍ରେଣୀରୁ ହଉ ଫେରାର
ଗୁରୁଙ୍କ ଶାସ୍ତି ଓ ମା ର ଗାଳିକୁ
ନଥାଏ ଟିକିଏ ଡର ||

ଜାମୁକୋଳି ଗଛ ପାଖରେ ପହଞ୍ଚି
ତୋଳୁ ଆମେ ଜାମୁକୋଳି
ଭାଗବଣ୍ଟା ସମୟରେ ପୁଣି
କରୁଥାଉ ଆମେ କଳି ||

ଗଛରେ ଚଢ଼ିଥିବା ସାଙ୍ଗଟି
ନେଇଯାଏ ବେଶି କୋଳି
କୋଳି ଗୋଟାଉ ଥିବା ସାଙ୍ଗଟି
କରେ ତା ସହ କଳି ||

ମିଠା ମିଠା ଜାମୁକୋଳି ଖାଇସାରି
ଫେରୁ ଆମେ ଶ୍ରେଣୀ ଗୃହକୁ
ଜମାରେ ନାଲି ନାଲି ଦାଗ ଦେଖି
ଗୁରୁ ପଚାରନ୍ତି ଆମକୁ ||

ଏତେ ସମୟ ହେବ ବାହାରକୁ ଯାଇ
କରୁଥିଲ କଣ..?
ଜମାରେ ତୁମର ଲାଗିଛି ଦାଗ
ଏ ସବୁ କଣ..?

ଆଉକିଛି ଉପାୟ ନପାଇ
କହିଦେଉ ସତ କଥା
ଜାମୁକୋଳି ତୋଳିବାକୁ ଯାଇଥିଲୁ
ହୋଇଛି ଆମର ଏ ଦଶା ||

ଦୁଇ ଆଣ୍ଠୁତଳେ ଗୋଡି ଦୁଇ ଦେଇ
ଧରେଇ ଦିଅନ୍ତି କାନ
ଆମକୁ ଦେଖି ସବୁପିଲା ହସୁଥାନ୍ତି
କାନ୍ଦିଉଠେ ଏଇ ମନ ||

କାନ୍ଦିକାନ୍ଦି ମୁଁ ଘରକୁ ଫେରଇ
ବହିବସ୍ତାନି ଧରି
ମା ମୋର ଅବସ୍ଥାକୁ ଦେଖି
ପଚାରଇ କାନଧରି ||

କାନଧରି ମୋର କହୁଥାଏ ମା
ଆଉ ହେବୁନି ତୁ କେବେ ଦୁଷ୍ଟ
ଆଉଯେବେ ଯିବୁ ଜାମୁକୋଳି ତୋଳି
ଦେଖିବୁ ମୋର ଛାଟ ||

ଅଭୁଲା ସେ ବାଲ୍ୟକାଳ
ଅଭୁଲା ସେ ସାଙ୍ଗମେଳ,,,,,,

ରମାକାନ୍ତ ଦାସ

Loading

13 thoughts on “*ଜାମୁକୋଳି-ରମାକାନ୍ତ ଦାସ*

  1. Thank youfor sharing and educating us about the many dangers a firefighter faces. Bringing awareness and spreading the word is always a good beginning to start the quest to help protect firefighters and their families. Bernice Lev Roda

Leave a Reply

Your email address will not be published. Required fields are marked *