ତୁ ଯଦି
*************
ନୀଳାମ୍ବର ମହାନନ୍ଦ
———————————————————–
ତୁ ଯଦି ଫୁଲ ହେଉ
ତତେ ମନ୍ଦିର ମନା ….
ତୁ ଯଦି ଜଳ ହେଉ
ତତେ ସାଗର ମନା ….
ତୁ ଯଦି ବାୟୁ ହେଉ
ତତେ ବହିବା ମନା ….
ତୁ ଯଦି ନିଆଁ ହେଉ
ତତେ ଜଲିବ ମନା ….
ତୁ ଯଦି ମେଘ ହେଉ
ତତେ ଉଡ଼ିବା ମନା ….
ତୁ ଯଦି ବର୍ଷା ହେଉ
ତତେ ବର୍ଷିବା ମନା ….
ତୁ ଯଦି ପ୍ରେମ ହେଉ
ତତେ ପ୍ରେମିକ ମନା ….
ତୁ ଯଦି ନାରୀ ହେଉ
ତତେ ପୁରୁଷ ମନା ….
ତୁ ଯଦି ବାହା ହେଉ
ତତେ ସିନ୍ଦୂର ମନା ….
ତୁ ଯଦି ଶବ ହେଉ
ତତେ ମଶାଣି ମନା ….
ମନା.. ମନା.. ମନା.. ମଧ୍ୟରେ…..
କେଉଁଠି ତୋ ସ୍ଥାନ
ଏକାନ୍ତରେ ବସି ଏବେବି ଭାବୁଛି ହେଲେ
ଏ ଜାଏ ମୁଁ କିଛି ବି ପାଏନା ……..
ନୀଳାମ୍ବର ମହାନନ୍ଦ