ମୋ ପରିବାର ମୋ ପାଇଁ ବିଶ୍ୱ
ରୀତା ଅପରାଜିତା ମହାନ୍ତି
**********************
ଯେଉଁ ପରିବାର ପାଇଁ ମୁଁ
ଏ ଦୁନିଆ କୁ ଦେଖିଛି।
ସେହି ପରିବାର ମୋ ପାଇଁ
ସ୍ୱର୍ଗ ସମାନ।
ମା ଙ୍କ ସ୍ନେହ ଯେଉଁଠି
ଗଙ୍ଗାର ଧାର ପରି
ବାପାଙ୍କ ଆଦର
ପ୍ରଜାପତି ବ୍ରହ୍ମାଙ୍କ ପରି
ଜଗା ବଳିଆ ପରି ଦୁଇ ଭାଇ
ମୋର ।
ମୋର ପରିବାର ମୋ ପାଇଁ ବିଶ୍ୱ
ବାପାଙ୍କ ଠାରୁ
ନୈତିକ ଶିକ୍ଷା ପାଇଛି
ଭଲ ମଣିଷ ହେବାର
ଶିକ୍ଷା ପ୍ରତି ଅଧିକ ଆଗ୍ରହ ର
ମା ଙ୍କୁ ଠୁ ସବୁ ସମ୍ପର୍କ ଯୋଡିବାର
ତ୍ୟାଗ ର ସଂସ୍କlର ପାଇଛି
ଦୁଇ ଭାଇଙ୍କ ଠୁ ଅନାବିଳ
ମମତା କଥା ଶିଖିଛି।
ମୋର ପରିବାର ରେ
ମାମୁଁ ମାଇଁ
ମଉସା ମାଉସୀ
ସମ୍ପର୍କୀୟ ଭାଇ ଭଉଣୀଙ୍କ ଠୁ
ଅନେକ କିଛି ଶିଖିଛି।
ଆଈମା ଠୁ ଶେଷ ଯାଏଁ ସ୍ନେହ
ବାଣ୍ଟିବା ଶିଖିଛି
ମୋ ପରିବାର ମିଳିମିଶି
ଚଳିବା ମନୋଭାବ ପାଇଁ
ମୁଁ ବି ତ ସମସ୍ତ ସହ
ସୁନ୍ଦର ସମ୍ପର୍କ ରଜୁରେ ବାନ୍ଧି ହେଇପାରିଛି।
ନିଶ୍ବାସ ଥିବା ଯାଏଁ
ମୋ ପରିବାର ପାଇଁ
ପ୍ରାଣ ଉତ୍ସର୍ଗ କରୁଥିବି।
ନିଶ୍ୱାସ ଗଲା ପରେ
କିଏ ଜାଣେ କାହା କଥା।
🌺🌺🌺🌺🌺🌺
ରୀତା ଅପରାଜିତା ମହାନ୍ତି
ସବୁବେଳେ ନବ ସମ୍ଭାବନା ରତ ଥିବାରୁ ବହୁତ ବହୁତ ଧନ୍ୟବାଦ