(ମୃତ୍ୟୁ )
ଅର୍ଚ୍ଚନା ତ୍ରିପାଠୀ
***************************************
ମୃତ୍ୟୁ
ଜୀବନର ବିପରୀତ
ଏବଂ
ଚିରନ୍ତନ ସତ୍ୟ
ବିଧାତା ଦେଇ ଲିଖିତ
ଜୀବନର ଶେଷ ସୀମାନ୍ତ …
କେତେବେଳେ କାହାକୁ
ନିଜ କୋଳକୁ ଟାଣିନିଏ
ନିଷ୍ଠୁର ପରି ହୁଏ ପ୍ରତୀତ ….
ନା ଆଗ ପଛ ଦେଖେ
ନା ସାନ ବଡ
ଦୁଃଖ ବାରିଧିରେ
ଭସାଇ ସଭିଙ୍କୁ
କ୍ଷଣିକ ମଧ୍ୟରେ
କରେ ଦୁଃଖିତ …
ଅଦିନିଆ ମେଘ ପରି
ବର୍ଷିଯାଏ କାହା ଦ୍ଵାରେ
ସୁଖ ଶାନ୍ତି ସବୁ ଧରି
ଚାଲିଯାଏ କରି ଉତକ୍ଷିପ୍ତ …
ମୃତ୍ୟୁ
ଏମିତି ଗ୍ରହଣ କରେ ଆତିଥ୍ଯ
ନା ଆସିବାର ସମୟ କହେ
ନା ଯିବାର ସମୟ
ନିଜର କରାଳ ଛାୟରେ
ଢାଙ୍କି ନେଇ ଚାଲିଯାଏ
ଜୀବନକୁ କରେ
ଦୁଃଖ ଜର୍ଜରିତ …..
ମୃତ୍ୟୁ
ଏମିତି ଏକ ସତ୍ଯ
ନା ତାକୁ ଏଡେଇ ହୁଏ
ନା ତାକୁ କରିହୁଏ ଅଣଦେଖା
ଶେଷରେ
ସହ୍ଯ କରିବାକୁ ହୁଏ
ସେଇ କଠୋର
ବିଧାତା ଲିଖନକୁ
ଭାବି ଜୀବନର
ଚିରନ୍ତନ ସତ୍ୟ….
ଅର୍ଚ୍ଚନା ତ୍ରିପାଠୀ