ଶ୍ରଦ୍ଧା ଓ ବିଶ୍ୱାସ
~~~~~~~~
ସଂଯୁକ୍ତା ସାହୁ
ଏ ମଣିଷ ଜୀବନ ଯେ ବଡ଼ ବିଚିତ୍ର
ଶ୍ରଦ୍ଧାର ପ୍ରବେଶ ଅଛି ପରା ସର୍ବତ୍ର ।
ସେଥିପାଇଁ ମଣିଷ ବଂଚିରହେଟି
ଶ୍ରଦ୍ଧା ବିନା ଜୀବନ ଅଟେ ବେକାରଟି ।
ମନ ବୈତରଣୀରେ ତା’ର ପରିଧି
ଶ୍ରଦ୍ଧା ପାଇଁ ଖଞ୍ଜା ଯେତେ ଯେ ବୁଦ୍ଧି ।
ଅସୁମାରୀ ଶ୍ରଦ୍ଧା ମନରେ ରହିଥାଏ
ତା’ ପାଇଁ ଭାବନାର ଇୟତା ନ ଥାଏ ।
ମନୁଷ୍ୟର ଶ୍ରଦ୍ଧାନୁସାରେ ନିଷ୍ଠା ରହିଥାଏ ।
ଶ୍ରଦ୍ଧା ତିନିପ୍ରକାର ଶାସ୍ତ୍ରରେ କୁହାଯାଏ ।
ସଂଗଜା,ଶାସ୍ତ୍ରଜା,ସ୍ୱଭାବଜା ନାମିତ
ସାତ୍ଵିକୀ, ରାଜସି,ଓ ତାମସି ବର୍ଣ୍ଣିତ ।
ଶୁଦ୍ଧ ଶ୍ରଦ୍ଧା ଅନ୍ତଃକରଣର ଅନୁରୂପ ଅଟଇ
ସେଇ ଅନୁସାରେ ପ୍ରବୃତ୍ତି ଉତ୍ପତ୍ତି ହୁଅଇ ।
କର୍ମ,ଜ୍ଞାନ,ଭକ୍ତି ମାର୍ଗ ଶ୍ରଦ୍ଧାକୁ ଭିତ୍ତି କରେ
ଶ୍ରଦ୍ଧା ନା ନା ପ୍ରକାର ଭାବକୁ ବିସ୍ତାରେ ।
ଆଲୋକ ଅନ୍ଧାରର ଖେଳ ଭିତରେ
ଶ୍ରଦ୍ଧାର ଜ୍ୟୋତି ବିକଶିତ ଝଲସେରେ ।
ଲିଭେଇ ହୁଏ ନାହିଁ ଶ୍ରଦ୍ଧା ଆବେଗର
ପ୍ରତିଶ୍ରୁତି ପ୍ରଗାଢ ସ୍ୱତଃସ୍ଫୁର୍ତ୍ତ ବିଶ୍ୱାସର ।
ଅଢେଇ ଦିନିଆ ଜୀବନ ଏ ସଂସାରରେ
ବେଶୀ ଆଶା ରଖନା ଏ ଜୀବନଯୁଦ୍ଧରେ ।
ବିଶ୍ୱାସେ ହରି ମିଳନ୍ତି ରହିଛି ଯେ କଥା
ତା ପାଇଁ ସୃଷ୍ଟି ଚାଲିଛି ଏହା ନୁହେଁ ଅନ୍ୟଥା ।
ବିଶ୍ୱାସ ରଖି କର୍ମ କରିଲେ ସୁଖ ପାଇବ
ଅବିଶ୍ୱାସ କଲେ ଜୀଵନରେ ଦୁଃଖ ମିଳିବ ।
ବିଶ୍ୱାସେ ବନ୍ଧା ଆମ ପରିବାର ସହୋଦର
ପରସ୍ପର ବିଶ୍ୱାସର ସୀମା ନାହଁ ପଟାନ୍ତର ।
ବିଶ୍ୱାସ ବଳରେ ପ୍ରଭୁ ଭକ୍ତଙ୍କ ପାଇଁ
ଆସନ୍ତି ମର୍ତ୍ତ୍ୟକୁ ନା ନା ଅବତାର ନେଇ ।
ସୁତାଖିଅଟିରେ ଏ ଜୀବନ ଛିଡିଯାଏରେ
ଆଶା ଓ ବିଶ୍ୱାସ ରଖି ସଭିଏଁ ବାଟ ଚାଲରେ ।
ଅନେକ କଥା ରହିଛି ଆଶା ,ବିଶ୍ୱାସକୁ ନେଇ
ଏତିକିରେ ରହୁଛି କଥା ମାନିବ ଭଉଣୀ ଭାଈ ।
ଆଶା ଓ ବିଶ୍ୱାସ ଦରକାର ଆମ ଜୀବନରେ
ନୀତି ଆଦର୍ଶରେ ଚାଲିଲେ ରହି ବିଶ୍ୱସ୍ଥରେ ।
ସଂଯୁକ୍ତା ସାହୁ