ନାରୀ
ପ୍ରସନ୍ନ କୁମାର ସାହୁ
**********************
ନାରୀ ଅଟଇ ଯେ
ସ୍ରଷ୍ଟା ଏ ସୃଷ୍ଟିରେ
ମାତା,ଜାୟା, ଓ ଭଗନି,
ନାରୀ ବିନୁ କେବେ
ସଂସାର କଥା ଟି
କଦାପି ଚିନ୍ତି ହୁଏନି।
ସହେ ବୋଲି ସିଏ
ପ୍ରତି ଟି କ୍ଷେତ୍ରରେ
ତିଷ୍ଟି ରହିଛି ସଂସାର,
ବୁଝୁନି ପୁରୁଷ
ସମାଜ କାହିଁକି
ତା ଉପରେ ଅତ୍ୟାଚାର।
ତଥାପି ସହିଛି
ଅତ୍ୟାଚାର ବହୁ
ନିର୍ବିକାର ହୋଇ ଅଛି,
ଦିନୁ ଦିନୁ କିନ୍ତୁ
ତା ଉପରେ କାହିଁ
ଅତ୍ୟାଚାର ବଢ଼ୁ ଅଛି।
ଅତ୍ୟାଚାର ବେଳେ
ବୁଝେନା ମଣିଷ
ଆମ ଜନ୍ମ ଦାତ୍ରି ନାରୀ,
ଏଭଳି ମଣିଷ
ଜାତି ର କାହିଁକି
ହୋଇ ରହିବି ଭଗାରି?
ସ୍ନେହ ଓ ଆଦର
ଯେଉଁ ସମାଜରେ
ରହି ଥାଏ ନାରୀ ପାଇଁ,
ଶାନ୍ତି ଓ ପ୍ରଗତି
ସେହି ସମାଜରେ
ରହେ ସହଚରୀ ହୋଇ।
ନିଶ୍ଚେ ଭସ୍ମ ହେବ
ହତାଦର କଲେ
ସମାଜେ ନାରୀ ଜାତିକୁ,
ବାସ୍ତବ କଥା ଯେ
ରହି ଆସୁଅଛି
ସତରେ କାଳ କାଳ କୁ।
ପ୍ରସନ୍ନ କୁମାର ସାହୁ
I quite like reading an article that will make people think. Also, thank you for permitting me to comment!
over the counter ed treatment best online pharmacies in canada – homeopathic remedies for ed