January 28, 2023
11 11 11 AM
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା,
ହେ ଶିଳ୍ପୀ-କୁମାର ସୋନୁ
ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ
ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର
କଳା କୃତି-ସବିତା ପଟ୍ଟନାୟକ
କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ
बेटी बचाओ बेटी पढ़ाओ-लक्ष्मीप्रिया बेहेरा
ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ
ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ
ମୋର ଭୁଲ୍ କ’ଣ-ମମତା ବାରିକ୍
କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି
ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ
ଜାରଜ-ମୁକ୍ତିରାଣୀ ଦେବତା
ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା
ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ
ସାମାଜିକ ପରିବର୍ତ୍ତନ-କୁମାର ସୋନୁ
ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା
ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ
ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି
Latest Post
ନିହାଣ ମୁନରେ ପଥର-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା କଳା ସଂସ୍କୃତିର ବିନ୍ଧାଣି-ସୁଭ୍ରାନ୍ତ ବେହେରା, ହେ ଶିଳ୍ପୀ-କୁମାର ସୋନୁ ମୂର୍ତ୍ତି କହେ କଥା-ଜୟଶ୍ରୀ ଖଟୁଆ ମଉନ ମୂର୍ତ୍ତି-ଶୁଭଶ୍ରୀ ମହାପାତ୍ର କଳା କୃତି-ସବିତା ପଟ୍ଟନାୟକ କନ୍ୟା ଭ୍ରୁଣର କ୍ରନ୍ଦନ-ପ୍ରୀତିରଞ୍ଜନ ନାୟକ बेटी बचाओ बेटी पढ़ाओ-लक्ष्मीप्रिया बेहेरा ଆମେ କଣ ସତରେ ଅଲୋଡ଼ା-କୁମାର ସୋନୁ ମୁଁ କନ୍ୟା ଭୃଣ ଟିଏ କହୁଛି-ଜୟଶ୍ରୀ ଖଟୁଆ ମୋର ଭୁଲ୍ କ’ଣ-ମମତା ବାରିକ୍ କନ୍ୟା ବଞ୍ଚାଅ-ଶୁଭସ୍ମିତା ମହାନ୍ତି ଏଇ ଯେ ସେ ନାରୀ-ରୁଦ୍ର ନାରାୟଣ ଦାଶ ଜାରଜ-ମୁକ୍ତିରାଣୀ ଦେବତା ଆଧୁନିକ ଯୁଗ-ସୁଭ୍ରାନ୍ତ ବେହେରା ଇଣ୍ଟରନେଟ୍ ଦୁନିଆ-ଜୟଶ୍ରୀ ଖଟୁଆ ସାମାଜିକ ପରିବର୍ତ୍ତନ-କୁମାର ସୋନୁ ନୀରବ-ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ଆଜିକାର ଦୁନିଆ-ଲକ୍ଷ୍ମୀପ୍ରିୟା ସେଠୀ ବଦଳିଛି ସମୟ-ଶୁଭସ୍ମିତା ମହାନ୍ତି

*ଡର ତୁମେ କାହିଁ ପାଇଁ – ରୀକ୍ଷିରାମ ମେହେର*

ଡର ତୁମେ କାହିଁ ପାଇଁ ?

++++++++++++++++

ରୀକ୍ଷିରାମ ମେହେର

 

ଲେଖନୀ ମୁନରେ ଲେଖି ଚାଲ ସ୍ରଷ୍ଟା

ଡର ତୁମେ କାହିଁ ପାଇଁ,

ଅନ୍ୟାୟ ଅନୀତି କରରେ ଦମନ

ଗଣ ସ୍ବର ଏକ ହୋଇ।

 

କଲମ ଶକତି କୋଟି କରାମତି

ଅଜସ୍ର ଅଖଣ୍ଡ ଶକ୍ତି,

ବାର୍ତ୍ତା ସାହିତ୍ୟରେ ଏକତ୍ରିତ କର

ସମାଜକୁ ଦେଇ ଉକ୍ତି।

 

ଅନ୍ୟାୟ ଅନୀତି ଶୋଷଣ ଦୁର୍ନୀତି

ସହିବାର ବେଳ ନାହିଁ,

ଲେଖନୀ ମୁନରେ ଜାଗ୍ରତ କରାଅ

ବିପ୍ଳବର ବାର୍ତ୍ତା ଦେଇ।

 

କବି ବୀରବର ମାଟି ମାଆ ସ୍ୱର

ମିଲି ମିଶି ଦିଅ ବାର୍ତ୍ତା,

ବିଫଳ ହେବନି କବିର କବିତା

ତୁମେ ହିଁ ସମାଜ କର୍ତ୍ତା।

 

ସମାଜ ସଂସ୍କାର ପ୍ରଗତି ବିଚାର

କବି ସମାଜର ପଥ,

ବଦଳାଇ ଦେବ ସାହିତ୍ୟ ଦୁନିଆ

ଇତିହାସ ଥରେ ଦେଖ।

 

ଲେଖିଚାଲ କବି ଗାଇଚାଲ୍ ଗୀତ

ତୋ ଶବ୍ଦ ଦେଖାଉ ବାଟ,

ସତ୍ଯ ନ୍ୟାୟ ଞାନ ବିଜ୍ଞାନ ମୂନରେ

ଭାଙ୍ଗିଯାଉ ପୁଞ୍ଜି ହାଟ।

+++++++++++++++

ରୀକ୍ଷିରାମ ମେହେର

+++++++++++++

 598 total views,  1 views today

11 thoughts on “*ଡର ତୁମେ କାହିଁ ପାଇଁ – ରୀକ୍ଷିରାମ ମେହେର*

Leave a Reply

Your email address will not be published. Required fields are marked *