ଦେଖରେ କି ଯୁଗ ହେଲା
ପୁଅ ବାହା ଦେଲା, ଝିଅ ବି ଦେଲା,
ସବୁ କଷ୍ଟ ଯାକ ଆବୋରି ନେଲା,
ପୁଅ ଝିଅ ଯେଝା ,ସଂସାର ଗଢିଲେ,
ବୃଦ୍ଧ କାଳେ ବାପା ମାଆ ଅଲୋଡା ହେଲା,,,,।
ଵୃଦ୍ଧାଶ୍ରମ ଖୋଜା ଚାଲିଲା ।
ଦେଖରେ ,କି ଯୁଗ ହେଲା,
ଦେଖରେ,କି,,,ଯୁଗ,,ହେଲା । 1
ନିଜର ପେଟକୁ ପଛେ,ନ ଥାଉ ଆହାର
ପୁଅ ଝିଅ ପାଇଁ ତାଙ୍କ ରାତି ଉଜାଗର
ପୁଅ ଝିଅ ଙ୍କୁ ସେ ,ଖାଇଵାକୁ ଦେଇ
କେତେ ଥର ନିଜେ ଓପାସ ଥିଲା ,
ଵୃଦ୍ଧାଶ୍ରମ ଲୋଡା ପଡ଼ିଲା ।
ଦେଖରେ,କି ଯୁଗ,,ହେଲା
ଦେଖରେ,କି ଯୁଗ,,,ହେଲା ।2
ସାତ ସିଆ ଚିରା ଫଟା,ପିନ୍ଧୁ ପଛେ ମାଆ,
ତା ପଣତ କାନୀ ସିନା ଦକ୍ଷୀଣା ର ଵାଆ
କେଉଁ ପୁଅ ପୁଣି,ଵାପ ମଲା ପରେ,
ନିକାଞ୍ଚନେ ମାଆ ଟିକୁ ଛାଡି ଆସିଲା।
ଦେଖରେ କି ଯୁଗ,,ହେଲା।
ଦେଖରେ,କି,,,,ଯୁଗ,,,ହେଲା ।,3
ମାଆ ବାପା ପରା ଜୀଅନ୍ତା ଠାକୁର,
କାହିଁକି କରନ୍ତି ଏତେ ହତାଦର,
ପାଶ୍ଚାତ୍ୟ ସଭ୍ୟତା ,ପାଗଳ କି କଲା
ଘୋର କଳି କାଳ କିବା ଘୋଟି ଆସିଲା
ଦେଖରେ,କି ଯୁଗ ହେଲା,
ଦେଖରେ,କି ଯୁଗ ହେଲା ।4
ଅଶୋକ ସାର
ଦହିଗାଁ, 42mouza
। କଟକ।