*ମଣିଷ ହୁଅନ୍ତି ବଣ୍ଟା*
****************
ସୀମାଞ୍ଚଳ ପଣ୍ଡା
***********
ଆଜିର ମାନବ ଧରମ ବିଭାଗ
ମାନିବାକୁ କରେ ଘୃଣା,
ଧରମ ନାମରେ ଭାଗ ବଣ୍ଟନରେ
ହୁଏ ତାର ମନ ଉଣା।
ମାନବିକ କର୍ମ ସଂସାରର ଧର୍ମ
ସବୁ ଧର୍ମ ସାର କଥା,
ମୂଳର ଆଧାର ଏକା ପରକାର
କିକାରଣେ ବିଭେଦତା?
ଗତି ପ୍ରକୃତିରେ ବୃତ୍ତି ସଂସ୍କୃତିରେ
ଭୁଲ୍ ହୁଏ ବୁଝାମଣା,
ଆଜିର ମାନବ ଧରମ ବିଭାଗ
ମାନିବାକୁ କରେ ଘୃଣା।
ନରୋଚିତ କର୍ମ ମାନବିକ ଧର୍ମ
ଭବଯୋଗେ ଉପଯୋଗ,
ମାନବତା ଏକ ଦର୍ଶନ ଅନେକ
ଅକାରଣ ଈର୍ଷା ଭାବ।
ମଣିଷ ମଣିଷ ଘୃଣା ଅସନ୍ତୋଷ
ଇତରେ କାତର ଗୁଣ,
ବଇରି ଭାବନା ମନ୍ଦ ସମ୍ଭାବନା
ବୃଥା ଅସହିଷ୍ଣୁ ପଣ,
ଶାଶ୍ୱତ ପ୍ରେମରେ ସାତ୍ତ୍ୱିକକର୍ମରେ
ସୁପଥ ପଡ଼ଇ ଜଣା,
ଧରମ ନାମରେ ଭାଗ ବଣ୍ଟନରେ
ହୁଏ ତା’ର ମନ ଉଣା।
ବିଭେଦତା ଭାବ ହିଂସ୍ରକ ସ୍ୱଭାବ
ରଣେ ଗଣେ ନିଏ ଟାଣି,
ମାନବତା ବିନା ବଇରି ଭାବନା
ସୃଷ୍ଟି କରେ ଜାଣି ଜାଣି।
************************
ସୀମାଞ୍ଚଳ ପଣ୍ଡା
************************
I savor, result in I discovered exactly what I
used to be having a look for. You have ended my 4 day lengthy hunt!
God Bless you man. Have a nice day. Bye
I was recommended this blog by means of my cousin. I’m now not positive whether or
not this put up is written by him as nobody else know such distinct about my
trouble. You’re incredible! Thank you!
Hi there, i read your blog from time to time and i own a similar one and i was just wondering
if you get a lot of spam feedback? If so how do you protect against it, any
plugin or anything you can recommend? I get so much lately it’s
driving me mad so any assistance is very much appreciated.