ଦେଖି ଲାଗେ ଖୁସି
ନୁହେଁ ମୋର ଖୁସି ନିଜସ୍ଵ ପାଇଁରେ
ଆନନ୍ଦ ବିଚ୍ଛିନ୍ନାଞ୍ଚଳ
ଓଡ଼ିଆ ମୁଁ ଜଣେ ସମ୍ମାନ ପାଉଛି
କରିଛି ଭିନ୍ନ ଉତ୍କଳ !!
ଛାଡି ନାହିଁ ଏଠି ନିଜ ମାତୃଭାଷା
ଭୁଲି ନାହିଁରେ ଉତ୍କଳ
ରହି ପଛୁ ପରା ଭାଗ୍ୟ କୁ ଆଦରି
ଯନ୍ତ୍ରଣା ସହି ସକଳ !!
ଶିକ୍ଷା ରତ୍ନ ପରା ଜନନୀର ଭାଷା
ମିଳୁ ଏ ସିଂହଭୂମିରେ
ଅଜ୍ଞାନୀ ମୁଁ ମୂର୍ଖ କବିତା ଲେଖୁଛି
ମାତୃଭାଷା ସୁରକ୍ଷାରେ !!
ମାତୃଭାଷା ବିନୁ ଜୀବନ ଟି ବୃଥା
ଦେଇ ଥିଲେ ଶିକ୍ଷା ଗୁରୁ
ଲେଖୁଛି କବିତା ବୃଦ୍ଧ ବୟସରେ
କରି ଅଛି ତାହା ଶୁରୁ !!
ଦୁଃଖ କଷ୍ଟ ଅତି ହେବାରୁ ବିଚ୍ଛିନ୍ନ
ବିଚ୍ଛିନ୍ନାଞ୍ଚଳ ବୁ ଝୁ ଛି
ଅଛନ୍ତି ଆନନ୍ଦେ ଉତ୍କଳେ ଓଡ଼ିଆ
ଆମକୁ କିଏ ଜାଣୁଛି !!
ଯେଉଁକ୍ଷେତ୍ରେନାହିଁ ଶିକ୍ଷାମାତୃଭାଷା
କେଉଁ ମୂଲ୍ୟ ତାହାଙ୍କର
ଅବା କେଉଁ ମୂଲ୍ୟ ନୂଆଶିକ୍ଷାନୀତି
ଅମୃତ କାଳ ତାଙ୍କର!!
ଧ୍ୟାନ ରଖିଛନ୍ତି ଜଗାକାଳିଆରେ
ଓଡ଼ିଆ ଆରାଧ୍ୟ ସେହୁ
ଜାଳିବେ ନିଶ୍ଚୟ ଶିକ୍ଷାର ପ୍ରଦୀପ
ମନରେ ଭରସା ବହୁ !!
କର ପ୍ର ତି କା ର ଦେଶର ପ୍ରଧାନ
କର କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଚାହିଁ ଦିଅ ନେତ୍ରେ ହେ ଚକାନୟନ
ହେଉ ମାତୃଭାଷା କ୍ରାନ୍ତି !!
ଶିକ୍ଷା ଜ୍ଞାନ ମିଳୁ ଓଡ଼ିଆ ଙ୍କୁ ଆମ
ଶିକ୍ଷକ ବ୍ୟବସ୍ଥା ହେଉ
ହେଉ ଝାଡ଼ଖଣ୍ଡେ ବହିର ମୁଦ୍ରଣ
ଶିକ୍ଷା ନୀତି ଗୁଞ୍ଜୁ ଥାଉ !!
ଯଦି ନାହଁ ହୃଦେ ଜନନୀର ଭାଷା
ନାହିଁ ହୃଦେ ରାଷ୍ଟ୍ର ପ୍ରେମ
ପଶୁର ସମାନ ଜୀବନ ବ୍ୟତୀତ
ନାହିଁ ଯଦି ସତ୍ୟ କର୍ମ !!
ନାହିଁ ବି ଚ ଳି ତ ଧର୍ଯ୍ୟ ଅଛୁ ରଖି
ସାକାର ହୋଇବ ବୋଲି
ଅଧିକାର ନିଶ୍ଚେ ପାଇବେ ଓଡ଼ିଆ
ହୋଇବ ଶିକ୍ଷାର ହୋଲି !!
ଉଚିତ ସମୟ ଅମୃତ ଏ କାଳ
ପ୍ରଧାନ ଆମ ବୁଝିବେ
ଗୌରବ ର ଗାଥା ବିଶ୍ବେ ଗୁଞ୍ଜୁ ଅଛି
ଆମରି କଥା ଜାଣିବେ !!
ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ସଭାପତି ଉତ୍କଳ ସମ୍ମିଳନୀ
ଷଢେ଼ଇକଳା ଖରସୁଆଁ ଜିଲ୍ଲାର
ରାଜନଗର ବ୍ଲକ ଶାଖା
ଝାଡ଼ଖଣ୍ଡ ରାଜ୍ୟ