ଡିବିରି ଅଦୃଶ୍ୟ
ଚାକଚକ୍ୟ ଦୁନିଆରେ
ଡିବିରି ଅଦୃଶ୍ୟ,
ଅନ୍ଧାର ଭିତରେ ଦିଏ
ଆଲୋକର ସ୍ପର୍ଶ।।
କିଟିମିଟି ଅନ୍ଧକାରେ
ଡିବିରିର ଶିଖା,
ଜୀବନରେ ଟାଣି ଦିଏ
ଭିନ୍ନ ଏକ ରେଖା।।
ଝାଟିମାଟି କାଦୁଅରେ
ଗଢା ଏକ ଘର,
ରାତି ହେଲେ ଜଳୁଥାଏ
ଡିବିରି ମଝିର।।
ପୁଣି ମନେ ପଡି ଯାଏ
ଜେଜେମା କାହାଣୀ,
ଡିବିରି ସାଥିରେ ମୁନ୍ଦେ
ମୋ ଆଖି ଚାହାଣୀ।।
ସକାଳୁ ଉଠିଣ ଆଖି
ଧୋଇବାର ବେଳେ,
ବିଡିରି ସତେକି ସଜ
ହୁଏ ସେହି କାଳେ।।
ସମୟର ସ୍ରୋତ ତାକୁ
ହଜାଇ ଦେଇଛି,
ତଥାପି ତା’ ସ୍ମୃତି ଆଜି
ମନକୁ ଘାରୁଛି।।
ନିଜେ ଜଳି ଯେହୁଁ ଦିଏ
ପ୍ରଖର ଆଲୋକ,
ଈଶ୍ବରଙ୍କ କୃପାରେ ସେ
ଝୁଟାଏ ମହକ।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ