April 24, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଡିବିରି–ପ୍ରୀତିରଞ୍ଜନ ନାୟକ*

##ଡିବିରି##

ଡିବି ଡିବି ଡିବି……
ମୁନ୍ଦେ କିରୋସିନି
ଗୋଟେ ସଳିତା,
ଯେତେ ଜାଳୁଥିବ
ବସି ଜାଳୁଥା….

ଆ ମାଉସୀ ଆ ମଉସା
ଡିବିରି ପରା ମୋ ବେଉସା।
ନିଅ ନିଅ ନିଅ ଭଳିକି ଭଳି
ଅନ୍ଧାର ଦୂରିବ ଆଲୋକ ଆସିବ
ଅନ୍ଧାର ଫୁଟାଣି ଯିବ ମଉଳି।

ଏମିତି ନୂଆ ଶବ୍ଦରେ ଚାକଚକ୍ୟ ଘରେ ବଢ଼ିଥିବା ମୁନା ଆଶ୍ଚର୍ଯ୍ୟ ହୋଇ ମା ଙ୍କୁ ପ୍ରଶ୍ନ ବାଣରେ ଘାଇଲା କରୁଥାଏ ସତେ ଯେମିତି ମା ହୋଇଯାଇଛନ୍ତି ପିତାମହ ଭୀଷ୍ମ। ପ୍ରଶ୍ନ ବାଣରେ ଶରଶଯ୍ୟା ।ମା ଙ୍କ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ଅପେକ୍ଷା କଲା ବାପାଙ୍କୁ। ସବୁ ଉତ୍ତର ଯେ ବାପାଙ୍କ ପାଖରେ। ୟୁରେକା ୟୁରେକା କହି ଆର୍କମିଡିସ୍ ଡେଇଁଗଲା ଭଳି ବାପାଙ୍କ ଉପରକୁ ଝାମ୍ପି ପଡ଼ିଲା ମୁନା, ବାପାଙ୍କ ଆଗମନ ପରେ।
ଗୋଟି ଗୋଟି କରି ସବୁ ପ୍ରଶ୍ନକୁ ବାନ୍ତି କରିପକେଇଲା ଏକା ନିଶ୍ଵାସରେ ।

ରମେଶ ବାବୁ :- କେତେ ଜଣ ୟାକୁ କୁହନ୍ତି ଡିବି,କେତେଜଣ ଡିବିରି ତ ଆଉ କେତେଜଣ ବତୀ ବୋଲି କୁହନ୍ତି।ଏ ଯେ ଅନ୍ଧାରକୁ ଦୂର କରି ଆଲୋକ ପ୍ରଦାନ କରେ। ଚାଲ୍ ଆଜି ତୋତେ ଡିବିରି ସହ ମୋ ଜୀବନ କେମିତି ଜଡ଼ିତ ଜଣେଇବି।ତୋ ଜେଜେ ଚାଷ କରି ଘର ଚଳାନ୍ତି। ସେତେବେଳେ ଟର୍ଚ୍ଚ ଲାଇଟ୍ ଟିଏ ଦେଖିବା ବି କାଠିକର ପାଠ। ଏଇ ଡିବିରି ହିଁ ସବୁ କିଛି।ଡିବିରିରେ ତେଲ ଟିକେ ପକେଇବା ପାଇଁ ସମ୍ବଳର ଅଭାବ। ଚୁଲି ମୁଣ୍ଡଠୁ ଆରମ୍ଭ କରି ବହି ପଢା ଯାଏଁ ସବୁବେଳେ ସେ ଜରୁରୀ। ଅମାବାସ୍ୟା ରାତି,ବର୍ଷା ରାତି ଆମ ଜୀବନର କଷ୍ଟ ରାତି।କାହିଁକି ଜାଣୁ? ସେ ରାତିରେ ଜହ୍ନ ଲୁଚିଯାଏ।ଆମେ ଭାଈ ଭଉଣୀ ସବୁ ଯେ ଗରିବ ଘରର ପିଲା। ସବୁଦିନ ପାଠ ପଢ଼ିବା ପାଇଁ ଡିବିରି ଲଗେଇ ବସିବାର ଯୋଗ୍ୟତା ଆମ୍ଭର ନାହିଁ। ଜହ୍ନ ଆଲୁଅ ଆଉ ଚଉଁରା ମୂଳ ଆମ ସାହା ଭରଷା। ସନ୍ଧ୍ୟା ପୂର୍ବରୁ ପାଠ କାମ ସାରିବାକୁ ହୁଏ ନହେଲେ ଜହ୍ନ ଆଲୁଅରେ ଆଖି ମିଞ୍ଜିମିଞ୍ଜି କରି ଆଖି ମଳିମଳି ପାଠ ପଢ଼ିବାକୁ ହୁଏ।ଆଉ ଯଦି ବର୍ଷା ଦିନ ତେବେ ଅକଲ ଗୁଡୁମ୍।ଦଶମ ପରୀକ୍ଷା ବେଳେ ଆକାଶରେ ବାଦଲ ଘୋଟିଆସିଲେ ମୋ ଭବିଷ୍ୟତ ଉପରେ ବାଦଲ ଘୋଟିଆସିଲା ଭଳି ମନେହୁଏ ।ସେ ସମୟରେ ସାହୁକାର ଘରୁ ଡିବିରି ଖୋଲି ତେଲ ଲୁଚେଇ ନେଇ ଆସିଥିଲି ଯେ ମାଡ଼ରେ କୁଆ ଛୁଆ ଉଡ଼ିଲା।ଚୋରି ଉଦ୍ଦେଶ୍ୟ ନେଇ ନୁହଁ, ପାଠ ପଢ଼ିବା ପାଇଁ ନେଇ ଆସିଲି ଆଉ ଭାବିଲି ବଡ଼ ହେଇ ଚାକିରି ପାଇଲେ ସେ ତେଲ ଫେରେଇଦେବି। କିନ୍ତୁ ଛୋଟ ମୁଣ୍ଡରେ ଜୁଟିଥିବା ବୁଦ୍ଧି ଯେ ମୋତେ ଚୋର ସଜେଇଦେବ ମୁଁ ଜାଣି ନଥିଲି।ସେଦିନ ବାପା ମୋତେ ନିଜେ ଧରିନେଇ ଆଣ୍ଠେଇ ଆଣ୍ଠେଇ ସାହୁକାର ଘରକୁ ନେଇ କାନ ଧରେଇ ଭୁଲ୍ ମଗେଇଥିଲେ।ଅବଶ୍ୟ ସାହୁକାର କାରଣ ବୁଝିପାରି ମୋ ପଢ଼ିବା ପାଇଁ ତେଲ ଦେବାକୁ ନିଜ ଆଡୁ ପ୍ରସ୍ତାବ ରଖିଥିଲେ।ଆଉ ସେ ତେଲ ହିଁ, ସେ ଡିବିରି ହିଁ ମୋତେ ଏତେ ବାଟ ଆଣି ପାରିଛି। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିପାରିଛି ସେସବୁ ଯେ ଖାଲି ପରିଶ୍ରମ ପାଇଁ ତାହା ନୁହଁ ସମସ୍ତଙ୍କ ଆଶୀର୍ବାଦ ଆଉ ସାହୁକାରଙ୍କ ତେଲ ଆଉ ଆମ ସେ ଭଙ୍ଗା ଡିବିରି ପାଇଁ।ସେଦିନ ବାପା ସିନା ମୋତେ ଆଣ୍ଠେଇ ଆଣ୍ଠେଇ ନେଇ ଭୁଲ୍ ମଗେଇଥିଲେ, ମୋ ଖଣ୍ଡିଆ ଆଣ୍ଠୁ ରେ ରାତିରେ ମଲମ ମଧ୍ୟ ଲଗେଇଦେଇଥିଲେ ସେ।କିଏ କୁହେ ପୁରୁଷ ମାନେ କାନ୍ଦନ୍ତିନି?ଛାଇ ନିଦରେ ଥାଇ ମୁଁ ଶୁଣିଥିଲି ସେଦିନ ବାପା ବୋଉଙ୍କ କଥୋପକଥନ। ବାପା କାନ୍ଦ କାନ୍ଦ ହୋଇ କହୁଥିଲେ,ମୁଁ ଯଦି ତା ପଢ଼ିବା ପାଇଁ ଡିବିରେ କିରୋସିନ ମୁନ୍ଦେ ଦେଇପାରିଥାନ୍ତି ହୁଏତ ସେ ଆଜି ଚୋରି କରିବାକୁ ଯାଇନଥାନ୍ତା।ମୋ ଦୋଷ ଲୁଚାଇବାକୁ ଯାଇ ଆଜି ତାକୁ ଆଣ୍ଠେଇ ଆଣ୍ଠେଇ ବୁଲେଇଲି। ସେଦିନ ମୁଁ ଶପଥ ନେଲି,ଯେମିତି ଆଉ କେବେ ବାପାଙ୍କୁ କଷ୍ଟ ହେବାକୁ ଦେବିନି।ଚୋରିର ତ ପ୍ରଶ୍ନ ଉଠୁନି ବରଂ ପାଠ ସହ ସମ୍ପର୍କ ଯୋଡି ଦେଲି ଆଉ ଶେଷରେ ଆଜି ଜଣେ ସଫଳ ରସାୟନବିତ୍ ହୋଇପାରିଛି।

ରମେଶଙ୍କ ଭାବବିହ୍ୱଳତା ଦେଖି
ପତ୍ନୀ ଶକୁନ୍ତଳା କହି ଉଠିଲେ।

ଶକୁନ୍ତଳା :- ହଁ ,ହଁ, ସବୁ ତ ଖୋଲିଦେଲ ପେଡ଼ି।ସମସ୍ତେ ଶୁଣୁଛନ୍ତି ।ଆଉ ମୋ ଟ୍ରଙ୍କ ଭିତରୁ ପୁରୁଣା ଚିଠି ବି ଆଣି ଦେଖେଇଦିଅ ତମ ପୁଅକୁ।କେତେ ସରାଗ ରେ ମୋ ପାଇଁ ସେଇ ଡିବିରି ଆଲୁଅ ରେ ଲେଖିଥିଲ।

ମୋ ପ୍ରାଣ ପ୍ରିୟା …………

( ଏକାବେଳେ ଦୁହେଁ ହସି ଉଠିଲେ ଆଉ ମୁନା ବଲବଲ କରି ଚାହିଁଥାଏ)।

ପ୍ରୀତିରଞ୍ଜନ ନାୟକ
କେନ୍ଦ୍ରାପଡ଼ା
Pritiranjan Nayak

Loading

7 thoughts on “*ଡିବିରି–ପ୍ରୀତିରଞ୍ଜନ ନାୟକ*

  1. ହୃଦୟ ରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଈ। ପଢି ପସନ୍ଦ କଲେ ।ଏହା ମୋତେ ବହୁ ଉତ୍ସାହିତ କରିଛି ଭାଈ।ଏମିତି ଶୁଭ ଆଶୀର୍ବାଦ ବୁଣି ଦେଉଥାଅ ମୋ ଉପରେ।ପ୍ରଣାମ

  2. ଆଜି ଡିବିରି ସିନା ହଜି ଯାଇଛି କିନ୍ତୁ ଲେଖକ ପ୍ରୀରିରଞ୍ଜନ ଙ୍କ ଏଇ କାହାଣୀ ଟି ଡ଼ିବିରି ସହିତ ଥିବା ସେ ପୁରୁଣା ସ୍ମୃତି ସବୁକୁ ମୋ ମନରେ ଉଜ୍ଜିବିତ କରିଦେଇଛି ।।

    ନିଜକୁ ରମେଶ ବାବୁଙ୍କ ଜାଗାରେ ମୁଁ ଢେର୍ ପାଇଲି ।
    ମୋର ସେ ସ୍ମୃତି ସବୁକୁ ପୁଣିଥରେ ଜିଁ ବା ଭଳି ଅନୁଭବ ହେଲା ଏଇ କାହାଣୀ ମାଧ୍ୟମରେ ।।

    ମାଟି ଘରର ଅଗଣା, ଡିବିରି ଆଉ ଜହ୍ନ ଆଲୁଅ ସହିତ ଥିବା ମୋର ସମ୍ପର୍କ ଟା କିଛି ରମେଶ ବାବୁଙ୍କ ଅନୁଭୂତି ଭଳି ।।

    ଲେଖକ ଙ୍କ ଦ୍ଵାରା ଡ଼ିବିରି ସହିତ ଥିବା ମୋର ଆତ୍ମୀୟତା ଖୁବ୍ ନିଛକ ବର୍ଣ୍ଣିତ ଏଇ କାହାଣୀଟିରେ।।

    ଆଶାକରେ, ରମେଶ ବାବୁଙ୍କ ସେ ପ୍ରେମପତ୍ର ଟି ଲେଖକ ପ୍ରିତିରଞ୍ଜନ ଙ୍କ ମାଧ୍ୟମରେ ନିକଟ ଭବିଷ୍ୟତରେ ମୋ ଭଳି ଆତୁର ପାଠକଙ୍କୁ ପରଷି ଦିଆଯିବ ।।

    ଧନ୍ୟବାଦ୍ ।।
    ଲେଖକଙ୍କୁ ମୋର ସାଧୁବାଦ୍

    1. ଦେବପ୍ରକାଶ ସାର୍। ଏତେ ସାରା ପ୍ରେମ ସ୍ନେହ ସଦିଚ୍ଛା ଆଶୀର୍ବାଦ ପାଇ ମୁଁ ଧନ୍ୟ ମନେ କରୁଛି।ଚେଷ୍ଟା କରିବି ଗଳ୍ପ ର ପସରା ମେଲିଦେବାକୁ। ଚେଷ୍ଟା କରିବି ଆପଣଙ୍କ ସ୍ପୃହା କୁ ସମ୍ମାନ ଦେବାକୁ।ଏତେ ପ୍ରେମ ପାଇଁ ସତରେ ବହୁତ୍ ରୁ ବହୁତ୍ ଖୁସି ଲାଗେ। ଯାହା ସତରେ ଅବର୍ଣ୍ଣନୀୟ। ଯେତେ ଶବ୍ଦ ର ଫୁଲ ରେ ଗୁନ୍ଥିଲେ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ମାଳ ଟି ନିଶ୍ଚୟ ଛୋଟ ପଡ଼ିଯିବ।ଏତିକି ଆଶା କରିବି। ନୀରୋଗ ରୁହନ୍ତୁ ସୁଖ ରେ ରୁହନ୍ତୁ ଆଉ ଆମକୁ ଏମିତି ଢେର୍ ସାରା ସ୍ନେହ ଦେଉଥାନ୍ତୁ।❤️❤️❤️

    1. ଅନେକ ଅନେକ ଧନ୍ୟବାଦ ବଡ଼ ଭାଈ

  3. ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି ଆଜ୍ଞା ବିଷୟ -ଡିବିରି ଗଳ୍ପକୁ
    ସୁନ୍ଦର ଭାବରେ ବର୍ଣ୍ଣନା କରି ଗାଧେଇ ଦେଇଛନ୍ତି। ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।

Leave a Reply to ଦେବପ୍ରକାଶ ପରିଡ଼ା Cancel reply

Your email address will not be published. Required fields are marked *