February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ଡିବିରି–ସୁଭଦ୍ରା ପଟ୍ଟାୟତ*

#ଡିବିରି

ଆଈ – ଆଲ ମା’ ସୀମା ! କୁଆଡ଼େ ଗଲୁ ? ମୋ ଡିବିରିରେ ଟିକିଏ ତେଲ ପୁରେଇ ଦେଲୁ । ମୋର ତ ବୟସ ହେଲାଣି ହାତ ଥରଥର ହେଉଛି । ସୀମା (ନାତୁଣୀ) ଆସି ଆଈ !
ତୁ କାହିଁକି ଏଇ ଅଧାଭଙ୍ଗା ଡିବିରି ପାଇଁ ଏମିତି ହଉଛୁ ? ଏବେ ତ ଏମରଜେନ୍ସି ଲାଇଟ୍, ଟର୍ଚ୍ଚ ଅଛି ଘରେ କରେଣ୍ଟ ଅଛି । ଆଈ କୁହନ୍ତି ଆରେ ତୁ କେମିତି ଜିଣିବୁ ଏ ଗୁମର କଥା । ଏଇ ଡିବିରି ପରା ମୋର ଆଉ ତ ଅଜାର ପ୍ରେମର ସାକ୍ଷୀ ।
ସୀମା: କେମିତି ? ଆଈ କୁହନ୍ତି- ଆରେ ଶୁଣ, ଆଗରୁ ଏମିତି ଜିକିମିକିଆ ଲାଇଟ୍ ନଥିଲା କି କରେଣ୍ଟ ନଥିଲା । ଆମ ସମୟରେ ସନ୍ଧ୍ୟା ହେଲା ମାନେ ଏଇ ଡିବିରି ହିଁ ସାହା ଭରସା । ଆମ ଗାଁରେ ( ପାଲା ଗାଣ ) ଚାଲିଥାଏ । ତୋ ଅଜା ଗାଣ ଦେଖିବାକୁ ଯାଇଥିଲେ ହେଲେ ସନ୍ଧ୍ୟା ଯାଇ ଅନ୍ଧାର ରାତି ହେଲା କେମିତି ଯେ ଘରକୁ ଫେରିବେ ବ୍ୟସ୍ତ ହେଉଥିଲେ । ସେତେବେଳେ ମୁଁ ଆମ ଘରୁ ଡିବିରିଟେ ଆଣି ଦେଲି । ଆଉ କିଛି ଦିନ ପରେ ତୋ ଅଜା ଘର ଲୋକଙ୍କୁ ନେଇ ଇମ ଘରେ ପହଞ୍ଚିଲେ ବିବାହ ପ୍ରସ୍ତାବ ନେଇ । ତା’ପରେ ତ ଆମେ ସ୍ବାମୀ ସ୍ତ୍ରୀ ଆଉ ।
ଆହୁରି ଜାଣିଛୁ ମୁଁ କେବେ ରାଗିଗଲେ ନା ତୋ ଅଜା ସନ୍ଧ୍ୟା ହେବାକୁ ଅପେକ୍ଷା କରିଥାନ୍ତି । ସୀମା ପଚାରେ କାହିଁକି , ସନ୍ଧ୍ୟା ବେଳେ କଣ ହୁଏ କି ? ଆଈ ଉତ୍ତର ଦିଅନ୍ତି ଦିନସାରା ସିନା ମୁଁ ରାଗିକି ଏଣେ ତେଣେ ବୁଲେ । ହେଲେ ସନ୍ଧ୍ୟା ନଇଁ ଆସିଲେ ଅନ୍ଧାର ମାଡି ଆସିଲେ ମୁଁ ଆଉ କୁଆଡ଼େ ଯିବି ? ଆମ ପାଇଁ ତ ଏଇ ଡିବିରି ସାହା । ଘର ଯାକରେ ଗୋଟିଏ ଡିବିରି । ମୁଁ ବାଧ୍ୟ ହୋଇ ଘରକୁ ଆସୁଥିଲି ଆଉ ରାଗ ଋଷ ଛାଡୁଥିଲି । ହେଲେ ଏବେ ରାଗିଗଲେ ସମ୍ପର୍କ ହିଁ ଭାଙ୍ଗି ଯାଉଛି । ଖାଲି କଣ ଏତିକି ଆଗରୁ ସନ୍ଧ୍ୟା ହେଲେ ଗାଁ ଯାକର ଲୋକମାନେ ଆସି ଗୋଟିଏ ଜାଗାରେ ଏକତ୍ରିତ ହୋଇ ନିଜ ନିଜ ଭିତରେ ଗପସପ ହେଉ । ସମ୍ପର୍କ ମଧୁର ହୁଏ । ହେଲେ ଏବେ ଏଇ ଟିଭି ମୋବାଇଲ ଯୁଗରେ କାହାର କାହା ପାଇଁ ସମୟ ନାହିଁ କି ସମ୍ପର୍କରେ ମଧୁରତା ନାହିଁ ।
ସୀମା: ସତରେ ଆଈ ; ତୁମ ସମୟ ବହୁତ ସୁନ୍ଦର ଥିଲା ।

*ସୁଭଦ୍ରା ପଟ୍ଟାୟତ, ବାଲେଶ୍ବର*
*Subhadra Pattayat, Balasore*

 2,972 total views,  1 views today

15 thoughts on “*ଡିବିରି–ସୁଭଦ୍ରା ପଟ୍ଟାୟତ*

  1. ବହୁତ ଭଲ ଲାଗିଲା ଲେଖା ଟି। ମନକୁ ଛୁଇଁଲା।

    ଅଶେଷ ଧନ୍ୟବାଦ।

  2. କେତେ ସୁନ୍ଦର କଥା ଟିଏ କହିଦେଲ!!! ବହୁତ ଭଲ ଲାଗିଲା ❤।

    1. ଅଜସ୍ର ଧନ୍ୟବାଦ ଓ ସ୍ନେହ ଶ୍ରଦ୍ଧା ଓ ଭଲପାଇବା ତୁମକୁ

  3. ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି ବିଷୟ -ଡିବିରି ଗଳ୍ପକୁ ସୁନ୍ଦର ଭାବରେ ବର୍ଣ୍ଣନା କରି। ଗାରେଇ ଦେଇଛନ୍ତି। ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଆଜ୍ଞା

    1. Heartiest congratulations, beti. Keep up the good work of writing. You surely write from the bottom of your little heartmy nanhisi jaan

  4. ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ନିଜର ବହୁମୂଲ୍ୟ ସମୟ ଦେଇ ପ୍ରତିଷ୍ଠାନର ଦାୟିତ୍ୱ ଗ୍ରହଣ କରି ପ୍ରତିଷ୍ଠାନକୁ ଆଗେଇ ନେଉଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି

Leave a Reply

Your email address will not be published. Required fields are marked *