ଶୀର୍ଷକ – ଡିବିରି
ସ୍ମୃତିର ପୃଷ୍ଠା ସବୁକୁ ଖେଳେଇ ବସିଲେ କୋଉ ଗୋଟେ ପୃଷ୍ଠା ଭିତରେ କିଛି ଛୋଟ ଛୋଟ ନିର୍ଜୀବ ଇତିହାସ ସହ ବେଳେ ବେଳେ ଭେଟ ହୋଇଯାଏ। ଯେଉଁ ଇତିହାସ ଗୁଡିକ ସ୍ମୃତିଟିଏ ହୋଇଗଲା ପରେ ଆଉ ନିର୍ଜୀବ ପରି ଲାଗନ୍ତି ନାହିଁ । କାରଣ ସେମାନଙ୍କ ସହ ଯୋଡି ହୋଇଯାଏ ଅଭୁଲା ମୁହୂର୍ତ୍ତ, ଅଭୁଲା ଅତୀତ ର ସ୍ମୃତି ।
ଲକ୍ଷ୍ମୀ ଦେବୀ ଡିବିରି ଟି ଧରି କିରୋସିନି ପୂରାଉ ପୁରାଉ ଥିଲେ ତାଙ୍କ ନାତି ଆସି ପିଠି ରେ ଲାଉ ହୋଇଗଲା। ପଚାରିଲା ଜେଜେମା କଣ ଏଇଟା ନୂଆ ରେ କିଣି ଆଣିଛ କି..? ଜେଜେମା କହିଲେ ଆରେ ନା ନା , ଏଇଟା ବହୁତ ପୁରୁଣା। ତୋ ଜେଜେ ବାପାଙ୍କ ଡିବିରି । ତୁ କେମିତି ଜାଣିବୁ, ଜନ୍ମରୁ ତ ତୁ ବିଦେଶରେ ରହିଲୁ।
ଲକ୍ଷ୍ମୀ ଦେବୀଙ୍କର ଏକମାତ୍ର ପୁଅ । ସେ ପାଠ ପଢା ସରିବା ପରେ ଚାକିରୀ ପାଇଲା ଆମେରିକାରେ । ସେଠାରେ ରହିଲା, ବିବାହ ମଧ୍ୟ କରିଲା । ଦୀର୍ଘ ସାତ ବର୍ଷ ପରେ ପୁଅ କୁ ନେଇ ଆଜି ସେମାନେ ଘରକୁ ଆସିଛନ୍ତି।
ଲକ୍ଷ୍ମୀ ଦେବୀ ନାତି ଟୋକା କୁ କୌତୁହଳ ରେ ପଚାରିଲେ .. କି ରେ ଶୁଣିବୁ ତୋ ଜେଜେ ବାପାଙ୍କ ଗପ ..? ନାତିଆ ଜେଜେମା ଙ୍କ କୋଳରେ ବସି ପଡି ମୁଣ୍ଡ କୁ ଟୁଙ୍ଗାରି ଚଟ୍ କିନା କହିଲା ହଁ ହଁ ମୁଁ ଶୁଣିବି।
ଲକ୍ଷ୍ମୀ ଦେବୀଙ୍କର ସ୍ୱାମୀ ଜଣେ ଅବସର ପ୍ରାପ୍ତ ଶିକ୍ଷକ । ସେ କହିଲେ ଜେଜେଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥାଏ ତାଙ୍କ ବାପା ତାଙ୍କୁ ଉପହାର ସ୍ୱରୂପ ଡିବିରି ଟିଏ ଦେଇଥାନ୍ତି ତୋ ଜେଜେଙ୍କ ପାଠପଢା ପ୍ରତି ଆଗ୍ରହ ଓ ଉତ୍ସାହ ଦେଖି। ତୋ ଜେଜେ ବି ଖୁବ୍ ଭଲ ପଢନ୍ତି। ଦିନକର ଘଟଣା ଡିବିରି ଟି ସେ କେଉଁଠି ହଜାଇ ଦେଲେ। ବହୁତ୍ ଖୋଜି ନ ପାଇବା ପରେ ତାଙ୍କ ମନ ଭାରି ଦୁଃଖ କାରଣ ସେ କିପରି ପଢିବେ ସେ ଚିନ୍ତା ତାଙ୍କୁ ଘାରି ରହିଥାଏ, ଏପଟେ ରାତି ପାହିଲେ ପରୀକ୍ଷା ଏ ସବୁ ଦେଖି ତାଙ୍କ ବାପା କରଜ କରି ତାଙ୍କ ପାଇଁ ପୁଣି ଡିବିରି ଟିଏ କିଣିଦେଲେ । ଜେଜେ ମଧ୍ୟ ନିଜ ପରିଶ୍ରମରେ ଡିବିରି ସାହାର୍ଯ୍ୟରେ ସେ ବର୍ଷ ପରୀକ୍ଷାରେ ପ୍ରଥମ ସ୍ଥାନ ପାଇଲେ ଏବଂ କାଳକ୍ରମେ ସୁପ୍ରତିଷ୍ଠିତ ଶିକ୍ଷକ ଟିଏ ମଧ୍ୟ ହେଲେ।
ସେଥି ଯୋଗୁଁ ସେ ଆଜି ପର୍ଯ୍ୟନ୍ତ ଏହି ଡିବିରି କୁ ସାଇତି ରଖିଛନ୍ତି କାରଣ ସେ ଆଜି ଯେଉଁଠି ପହଞ୍ଚି ପାରିଛନ୍ତି କେବଳ ଏହି ଡିବିରି ପାଇଁ ଓ ସେଥିପାଇଁ ସେ ଡିବିରି କୁ ଶ୍ରେୟ ମଣନ୍ତି।ତାହା ହେଲେ କାହିଁକି ସେ ଡିବିରି କୁ ପାସୋରି ଦେବେ।
ନାତି ଟୋକା ଏତିକି ଶୁଣି ଖୁସି ହୋଇ ଉଠିଲା ।ଆଉ କହିଲା ମା ମା ମୁଁ ମଧ୍ୟ ଏଇ ଡିବିରି କୁ ସାଇତି ରଖିବି ତୋ ମନ ତଳ ସ୍ମୃତି ଭଳି । ଜେଜେମା ଆଖିରେ ଖୁସିର ଲୁହ ଥିଲା।
ସୌମ୍ୟା ପ୍ରିୟଦର୍ଶିନୀ
ଜଗତସିଂହପୁର, ତିର୍ତ୍ତୋଲ
ଆପଣଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଆଜ୍ଞା