ଡିବିରି
(ଏକ ବିହଙ୍ଗାବଲୋକନ)
*************************
ସଞ୍ଜ ନଇଁଗଲେ ଉଆଁସ ଆସିଲେ
ତୁମେ ଖୋଜୁଥିଲ ମୋତେ…..
କେତେ କାହାଣୀର ମୁକ ସାକ୍ଷୀ ଆଜି
ନିରବୀ ଯାଇଛି ସତେ…….
ଶୁଣିଛି ମୁଁ କେତେ ଆଇ’ ମା’ ଗପ
ଥିରି ଥିରି ଜଳି ଜଳି…..
ଦେଖିଛି ସପନ ପ୍ରେମିକ ଚିଠିରେ
ପ୍ରେମିକା କୁ ଭାଳି ଭାଳି।।
ଶୁଣିଛି ମୁଁ କେତେ ବିରହ ଭାବନା
କାନ୍ତ ସ୍ମୃତି ରଖୁ ରଖୁ
ପଢ଼ିଛି ମୁଁ କେତେ ନୂଆ ନୂଆ ପାଠ
ଗାଁ ଅଭିଧାନ ମୁଖୁଁ।।
ସମୟ ସହିତ ହଜିଗଲି ଆଜି
କାଳର କପୋଳ ତଳେ……
ତୁମ ମାନେ ସବୁ ଭୁଲି ଗଲ ମୋତେ
ବିଦ୍ୟୁତ ଆଲୁଅ ମେଳେ।।
କୁମାର ସୋନୁ
ଗଞ୍ଜାମ