ଦିଅ ହେ ଆଶିଷ
କେବେ ଜ୍ୟେଷ୍ଠ ଅବା କେବେ ଯେ କନିଷ୍ଠ
କେବେ ଭ୍ରାତା ଭଗ୍ନୀ ସଙ୍ଗେ
ରଚିଅଛ ଲୀଳା ଏ ମହୀ ମଣ୍ଡଳେ
କି ବର୍ଣ୍ଣିବି ସେ ପ୍ରସଙ୍ଗେ।
ସୁଦାମା ଯାହାର ଅଟେ ସହଚର
ବନ୍ଧୁ ମହାନ୍ତି ଯା ବନ୍ଧୁ
ଦାସିଆ ହାତରୁ ନେଇଛ ନଡ଼ିଆ
ବହି ନାମ କୃପା ସିନ୍ଧୁ।
ଲକ୍ଷ୍ମୀ ସାଆନ୍ତାଣୀ ପ୍ରସ୍ତୁତ ଭୋଗରେ
ସଦା ଥାଏ ତବ ମନ
ବାରବର୍ଷ କିନ୍ତୁ ତ୍ୟାଗୀ ସେ ସବୁକୁ
ଇତିହାସର ଭିଆଣ।
ହେ ସୃଷ୍ଟି କରତା ତୁମ ମାୟା କାଳେ
ଦେବତାଙ୍କୁ ଅଗୋଚର
ସେସବୁକୁ ଆଜି ବୁଝିବା ପ୍ରୟାସ
କରେ କିବା ଏହି ନର।
କରୁଛି ବିନତୀ ମାଗୁଛି ଆଶିଷ
କରିଥିବ ଦୟା ବାରେ
ସୁଖେ ଅବା ଦୁଃଖେ ରହିଥାଉ ସଦା
ମୋ ମନ ସେ ଶ୍ରୀ ପୟରେ।
।। ଜୟ ଶ୍ରୀ ଜଗନ୍ନାଥ।।