April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ – ସଂଯୁକ୍ତା ସାହୁ*

ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ

ସଂଯୁକ୍ତା ସାହୁ

ସଂଯୁକ୍ତା

~~~~~~~~~~~~~~~~

ସାରା ବ୍ରହ୍ମାଣ୍ଡରେ ହିନ୍ଦୁ ଶାସ୍ତ୍ରରେ

ବ୍ରହ୍ମବସ୍ତୁ ଯେ ମହାପ୍ରସାଦ

ତାହାର ମାହାତ୍ମ୍ୟ ଅସାଧାରଣ ଯେ

ଗୁଣ,ମହକ,ତୃପ୍ତି ଓ ସ୍ୱାଦ ।

ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କୁ ଅର୍ପିତ

ପ୍ରସାଦ ଗାରିମା ସର୍ବବ୍ୟାପକ

ଆଦରଣୀୟ,ସମ୍ମାନନୀୟ,ପ୍ରଶଂସନୀୟ

ପ୍ରେମରସ ଶକ୍ତିର ଆଧ୍ୟାତ୍ମିକ ।

ତାହାର ପ୍ରସ୍ତୁତିକରଣ ଅତି ବିଚିତ୍ର ପରା

ସାରା ପୃଥିବୀରେ ଏହା ବିରଳ

ବିଶ୍ୱରେ ଖ୍ୟାତି ଲାଭ କରି ଅଭିହିତ

ହୋଇଛି ବୃହତ୍ତ ପାକଶାଳ ।

ମହାପ୍ରସାଦ ଗୋଟିଏ ତାନ୍ତ୍ରିକ ଶବ୍ଦ

ଶ୍ରେଷ୍ଠ ଭୋଗ ଯେ କୁହାଯାଏ

ଦୁଇପ୍ରକାର ଭୋଗ ଶଙ୍ଖୁଡ଼ି ଅସଙ୍ଖୁଡ଼ି

ପ୍ରଭୁଙ୍କୁ ସମର୍ପଣ ହୋଇଥାଏ ।

ଦୈନିକ ଛପନ ପ୍ରକାର ଅର୍ପିତ ଭୋଗ

ଛପନ ପଉଟି ନାମେ ବୋଲାଏ

ଏହି ମହାପ୍ରସାଦକୁ ଅଭଡ଼ା କୁହନ୍ତି

ଐକ୍ୟ,ମୈତ୍ରୀ,ସଦ୍ଭାବନା,କଥା କୁହେ ।

ଏହି ପ୍ରସାଦ କାଠ ଦ୍ୱାରା ଜାଳେଣି ହୁଏ

ନାଲି ହାଣ୍ଡିରେ ପ୍ରସ୍ତୁତ ହୋଇଥାଏ

ଛଅଟି ଶିଖା ଥିବା ଚୁଲିରେ ଥାକ ଥାକ

ହୋଇ ତିନି ଥାକରେ ରନ୍ଧାହୁଏ ।

ସୁପକାରମାନେ ଶୁଦ୍ଧପୂତ ଭାବେ ନିଷ୍ଠାରେ

ପ୍ରଣବ ଉଚ୍ଚାରଣ କରିଥାଆନ୍ତି

ଦଶାକ୍ଷୀର ମନ୍ତ୍ରରେ ଅରୁଆ ଚାଉଳ ପକାଇ

ଲଷ୍ମୀ ବିଜ ସ୍ମରଣ କରନ୍ତି ।

ପ୍ରସାଦର ଷଡ଼ସଂସ୍କାର କରାଯାଇ ବ୍ରହ୍ମତ୍ୱର

ମହାପ୍ରସାଦ ନାମରେ ବିଦିତ

ଆଉ ଥରେ ଏଗାରଟି ସଂସ୍କାର ମାଧ୍ୟମରେ

ମହାପ୍ରସାଦ ହୁଏ ଶୁଦ୍ଧପୁତ ।

ଅମୁଣିଆ, ଅନ୍ନ,ଛେକ,ଭୋଗ,ନୈବେଦ୍ୟ

ପ୍ରସାଦ,ମହାପ୍ରସାଦ,ଅଭଡ଼ା,କୈବଲ୍ୟ

ଏହା ପରଂବ୍ରହ୍ମଙ୍କ ସହିତ ସମାନ ହୋଇ

ଅମୂଲ୍ୟ ପଦାର୍ଥ ରୂପେ ହୁଏ ନିର୍ମାଲ୍ୟ ।

ଏହି ପ୍ରସାଦ ପ୍ରଭୁଙ୍କ ପାଖରେ ଧୂପ ପରେ

ମାଆ ବିମଳାଙ୍କୁ ଅର୍ପଣ କରାହୁଏ

ତାପରେ ମହାପ୍ରସାଦରେ ପରିଣତ ହୋଇ

ଯାହାର ମହିମା,ମହତ୍ତ୍ୱ ମହକାଏ ।

ମାଆ ଲଷ୍ମୀଙ୍କର କୃପାରୁ ମହାପ୍ରସାଦର

ନ ଥାଏ କିଛି ଭେଦଭାବ

ବ୍ରାହ୍ମଣଠାରୁ,ଚଣ୍ଡାଳ,ଛୁଆଁ ଅଛୁଆଁ,ଶଙ୍ଖୁଡ଼ି

ଅଇଁଠା,ସାନ ବଡ଼ ନ ବାଛିବ ।

 

    ସଂଯୁକ୍ତା ସାହୁ

 

 395 total views,  1 views today

Leave a Reply

Your email address will not be published. Required fields are marked *