April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

*ଶ୍ରୀରାଧା ଶରଣମ୍ – ଡ. ପ୍ରିୟମ୍ବଦା ସାମଲ*

*ଶ୍ରୀରାଧା ଶରଣମ୍*

    ଡ. ପ୍ରିୟମ୍ବଦା ସାମଲ

ତୁମେ ଦିବ୍ଯପ୍ରାଣା ଭବ୍ୟ ଚେତନାର

ପବିତ୍ର ପ୍ରକୃତି ରୂପ

ଅପ୍ରାକୃତ ପ୍ରେମ ସଂଗୀତ ସୁରର

ଶତ ତାଳ ଝଙ୍କୁରିତ।

ତୁମରି ପ୍ରାଣର ଦିବ୍ୟ ଚେତନାରେ

ନିନାଦିତ ଗୋପପୁର

ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ

ଝରୁଥାଏ ନିରନ୍ତର।

ଆକୁଳିତ ପ୍ରାଣ ବ୍ଯାକୁଳିତ ମନ

କାହ୍ନୁର ଦର୍ଶନ ପାଇଁ

ବନ ଉପବନ ହସି ଉଠୁଥାଏ

ତୁମରି ପରଶ ପାଇ।

ରାଧାରାଣୀ ତୁମେ ପ୍ରକୃତି ସ୍ବରୂପା

ତୁମ ପ୍ରାଣେ ଦିବ୍ଯ ରସ

ସେ ରସ ପାଇଲେ ପ୍ରାଣରେ ପୂର୍ଣ୍ଣତା

ମନରେ ଆସେ ସରସ।

ରାସେସ୍ବରୀଙ୍କର ପାଦର ଦର୍ଶନେ

ଶତଶତ ନରନାରୀ

ନାଲି ଅଳତାରେ ରୁଣୁଝୁଣୁ ଧ୍ବନୀ

ମନକୁ ନେଉଛି ହରି।

ଦରଶନ ପାଇଁ ଦିବ୍ଯ ପାଦ ସତେ

ଲାଗଇ ମନରେ ମୋହ

ଲାବଣ୍ଯ ଝରା ସେ ଦର୍ଶନ ମାତ୍ରକେ

ସର୍ବ ପାପ ହୁଏ କ୍ଷୟ।

ମାନମୟୀ ରାଧା ଭବ୍ଯ ଚେତନାର

ଅଫୁରନ୍ତ ଧାରା ପ୍ରେମ

ଶତ ସଉଭାଗ୍ଯ ଜୀବନେ ମିଳନ୍ତା

ରାଧା ପଦେ ଶରଣମ୍।

 

    ଡ. ପ୍ରିୟମ୍ବଦା ସାମଲ

 588 total views,  1 views today

Leave a Reply

Your email address will not be published. Required fields are marked *