February 08, 2023
11 11 11 AM
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
Latest Post
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି

*ଟିପେ ପୃଥିବୀର ମୋହ – ପ୍ରତିମା ବାରିକ*

🌳ଟିପେ ପୃଥିବୀର ମୋହ 🌳

ପ୍ରତିମା ବାରିକ

🌿🌿🌿🌿🌿🌿🌿

 

ଏ ମାଟି ଆକାଶ ତା ପାଣି ପବନ

ଯହିଁରେ ଗଢା ଏ ଦେହ

ସୁରୁଜ ଚନ୍ଦ୍ରମା ବଣ ଶ୍ୟାମଳିମା

ବାନ୍ଧି ରଖେ ତାର ମୋହ ।

 

ତାହାରି ଭିତରେ ଝାଟି ମାଟିର ଏ

ଟିକି କୁଡିଆଟି ମୋର

ସ୍ବର୍ଗଠୁ ସୁନ୍ଦର ମଧୁ ଠୁ ମଧୁର

ଶାନ୍ତିମୟ କୋଳ ତାର ।

 

ଦିନେ ଦିନ ପତି ନିଶିରେ ଶଶାଙ୍କ

ଉଙ୍କି ମାରି ଦେଖୁଥାନ୍ତି

ଖଟିଆରେ ଗଡି ଉପରେ ଚାହିଁଲେ

ହସୁଥାନ୍ତି ତାରାପଂକ୍ତି ।

 

ଚାଖଣ୍ଡେ ବାଡିର ଲଙ୍କା ବୋଇତାଲୁ

ଭେଣ୍ଡି କଖାରୁ ସଜନା

ଜହ୍ନି ଫୁଲ ହସେ ଚାଳ ପରେ ଥାଇ

ସ୍ବାଦିଷ୍ଟ ଦେଖି ବ୍ୟଞ୍ଜନା ।

 

ଦୂର ଦେଶେ ଟାଣେ ଜୀବନର ସ୍ବାଦ

ଟିପେ ପୃଥିବୀର ମୋହ

ତାହାରି କୋଳକୁ ଫେରି ଆସିବାକୁ

ହୃଦୟରେ ଜାଗେ କୋହ ।

 

ପ୍ରତିମା ବାରିକ

 

 452 total views,  1 views today

Leave a Reply

Your email address will not be published. Required fields are marked *