କୋଷ ବୃଦ୍ଧି ନହୋଇଲେ
ଭାସ୍କର ରାଉତ
**********************
ସେଲାଗି ସବୁ ଯୋଜନା,
ବିକିଲେ ପଇସା ପିଇଲେ ପଇସା
ଗଣିବାକୁ ପଡ଼େ ନନା।।
ମଦ ନିଷେଧ ହୋଇଲେ,
ରାଇଜ ଶାସନ ହୋଇବ କେମିତି
କୋଷ ବୃଦ୍ଧି ନଘଟିଲେ।।
ଭାଟି ଫେକ୍ଟ୍ରି ବନ୍ଦ ହେଲେ,
ସୁଚାରୁ ଭାବରେ ନିର୍ବାଚନ ଆଉ
କେମିତି ଲଢ଼ିବା ଭଲେ।।
ଭାଟି ସାଥିରେ ଦୋକାନ,
ବନ୍ଦ ହୋଇଗଲେ ଜନତାଙ୍କ ଦୁଃଖ
ବଢ଼ି ଯିବଦିନୁଦିନ।।
ଚାଲିଥାଉରେ ଏମିତି,
ଦିଆ ନିଆ ଭାବ ଲାଗି ରହିଥିଲେ
ମନରେ ନଥିବ ଭୀତି।।
************
ଭାସ୍କର ରାଉତ
486 total views, 2 views today