ଥକ୍କା ସୂରୁଜ
ଡ. ପ୍ରିୟମ୍ବଦା ସାମଲ
*********************
ଶୀତର ପ୍ରାବଲ୍ୟ କାୟା ବିସ୍ତାରିଣ
ଶୀତଳତା ଦିଏ ଭରି
ତେଜସ୍ବୀ ଆଦିତ୍ୟ ତେଜ ଥମିଯାଏ
ନ ଥାଏ ପ୍ରଖର ଭାରି।
ମେଘୁଆ ଆକାଶ ଥମ୍ ଥମ୍ ଲାଗେ
ଲାଗୁଅଛି ସତେ ସନ୍ଧ୍ଯା
ମାୟାର ପଣତେ ହୋଇଯାଇଛି କି
ଦିବାକର ସତେ ବନ୍ଧା।
ଲାଜବତୀ ଫୁଲ ଖୋଜଇ କିରଣ
ପ୍ରଭାକର ପ୍ରଭାପ୍ରାପ୍ତି
ପ୍ରସ୍ଫୁଟିତ ହୋଇ ସୌରଭରେ ତାର
ଧରଣୀକୁ ଦେବ ଶାନ୍ତି।
ଶିଶିର ମଣ୍ଡିତ କୁସୁମିତ ପତ୍ର
ଧୀରେଧୀରେ ହାଇମାରେ
ଚଂଚଳତା ସବୁ ଲୁପ୍ତ ହୋଇଯାଏ
ପ୍ରଜାପତି ରହେ ଦୂରେ।
ଦକ୍ଷିଣାୟନ ଗତି ଯୋଗୁଁ ଭାନୁଙ୍କ
କିରଣ ପଡେ ତେରେଛା
ପ୍ରଭାତର ଗତି ଧୀରେ ଧୀରେ ଆସେ
ପ୍ରଦୋଷରେ ଚଂଚଳତା।
ଉତ୍ତରାଭିମୁଖୀ ଆଦିଦେବ ହେଲେ
ମକର ସଂକ୍ରାନ୍ତି ପର୍ବେ
ଅଂଶୁମାନ ଜ୍ଯୋତି ପ୍ରକାଶ କରିବେ
ଚଂଚଳ ହୋଇବେ ସର୍ବେ।
ଥକ୍କା ସୂରୁଜକୁ ଦେଖି ଦେଖି ଜୀବ
ଅଳସୁଆ ଯାଏ ହୋଇ
ଶୀତ ବେଶଭୂଷା ଆଶ୍ରୟ ନେଇ
ଆରାମେ ଯାଆନ୍ତି ଶୋଇ।
ଋତୁଚକ୍ର ଆବର୍ତ୍ତନ ରେ ଆସଇ
ଦିନକର ଥକ୍କା ପଣ
ରାତି ବଡ ହୋଇ ଦିନ ଛୋଟ ହୁଏ
ଶୀତର ଚାଲେ ପାର୍ବଣ।
ଈଶ୍ବରଙ୍କ ସର୍ଜନା ବଡ ବିଚିତ୍ର
ଆକଳନ ବଡ କଷ୍ଟ
ସସାଗରା ଧରା ସୁଖ ଶାନ୍ତି ଭରୁ
ଦୂର ହେଉ ସବୁ ରିଷ୍ଟ।
ଡ. ପ୍ରିୟମ୍ବଦା ସାମଲ
310 total views, 1 views today
Es gibt eine Differenz zwischen gedankenlos und dummer kidding Sich und ignorieren die Fakten und im Grunde besitzen Vertrauen, dass alles wird
wahrscheinlich Work-out.