ବିଦ୍ୟାଦାତା ଗଣେଶ
“””””””””””””””””
– ସରସ୍ବତୀ ନାୟକ
*********************
କୁନିପିଲା ଆମେ କୋମଳ ମତି
ଅଜ୍ଞାନ ଦୂରାଅ କରୁ ମିନତୀ ।।
ଭକତି ଅନ୍ତରେ କରୁ ଜଣାଣ
ନିଅ ଭଲବାଟେ ତୁମ୍ଭ ଶରଣ ।।
କାହାମନେ କେବେ ନଦେଉ ବ୍ୟଥା
ଶିଖିବୁନି ଆମେ ଖରାପ କଥା ।।
ଗୁରୁଜନ କଥା ମାନି ଚଳିବୁ
ପିତାମାତା ସେବା ନିଶ୍ଚେ କରିବୁ ।।
ପଶୁପକ୍ଷୀ କୀଟ ଅବା ବୃକ୍ଷରେ
ସୁରକ୍ଷା ଭାବନା ନେବୁ ଅନ୍ତରେ ।।
କ୍ରୋଧ ହିଂସା ଦ୍ୱେଷ ମନୁ ଦୂରାଇ
ପରକୁ ଆପଣା କରିବୁ ସାଇଁ ।।
ମାତୃଭୂମି ସେବା କରିବୁ ବ୍ରତ
ଦେଶ ହେବ ଆମ ବିଶ୍ୱ ବିଦିତ ।।
ମନେ ରଖିବୁନି ଛୁଆଁ ଅଛୁଆଁ
ଅନ୍ୟଦୁଃଖେ ଆମେ ହୋଇବୁ ଠିଆ ।।
ସତ୍ୟପଥ ସଦା ଆଚରୁଥିବୁ
ଅନ୍ୟ ପ୍ରାଣ ଲାଗି ପ୍ରାଣ ତ୍ୟାଗିବୁ ।।
ବୁଦ୍ଧି ଜ୍ଞାନ ଦିଅ ବାରେ ଠାକୁରେ
ଜୀବନେ ଉତ୍ତମ ଗୁଣ ଆଚରେ ।।
ଭଲପିଲା ହେବୁ ଏହି ସଂସାରେ
ଦୁନିଆ ହସିବ ଆମ ଖୁସିରେ ।।
ସରସ୍ବତୀ ନାୟକ
“””‘”””””””””””””””””””””””””””””””””””””””””'””