*ଧନ୍ୟବାଦ କରୋନା*

ଧନ୍ୟବାଦ କରୋନା
ଏ ବର୍ଷଟା ଭଲରେ ବିତିଲା |
ଷ୍ଟାଣ୍ଡାର୍ଡ ୱାନ ପିଲାଙ୍କର ଗ୍ରେଡ଼ ପାଇଁ
ମାଆମାନଙ୍କ ଭିତରେ ଥିବା କମ୍ପିଟେସନରେ
ଲଗାମ ଲାଗିଲା |
ବସ୍ତାନୀର ବୋଝରୁ ପିଲାଟି ଉଠି
ଅଣ୍ଟା ସଳଖିଲା,
ଦି ଘଡି ଶାନ୍ତିରେ ଶୋଇଲା |

ବାପା ମାଆଙ୍କ ପାଖରେ
ଦୟାରେ ନୁହେଁ ଭୟରେ
ଚାକିରିଆ ପୁଅ ରହୁଥିଲା |
ମାସ ମାସ ଧରି କଥା ହେଇପାରୁନଥିବା
ସ୍ୱାମୀ ସ୍ତ୍ରୀଙ୍କୁ ହସିବାକୁ
ଫୁରସତ ମିଳିଲା,
ଜହ୍ନ ତୋଳି ଆଣିବାରେ ପ୍ରଚେଷ୍ଟାରେ
ଅହରହ ଦୌଡୁଥିବା ଆଇ ଟି ପିଲା
ଅନେକଦିନ ପରେ ଛାତରୁ
ଜହ୍ନ ଦେଖୁଥିଲା,
ଚାନ୍ଦିନୀ ରାତିରେ କ୍ୟାରମ ଖେଳୁଥିଲା,
ୱାର୍କ ଫ୍ରମ ହୋମ କରୁଥିଲା |
ଜୋମାଟୋରୁ ଧଡାଧଡ ଅଡର କରି
ପିଜ୍ଜା, ଟାକୋ ଖାଇ ବଞ୍ଚୁଥିବା ଝିଅ
ଇଉ ଟିୟୁବ ଦେଖି
ନୂଆ ନୂଆ ରୋଷେଇ ଶିଖିଲା ।
ଧନ୍ୟବାଦ କରୋନା
ଏ ବର୍ଷଟା ଭଲରେ ବିତିଲା |

ମାଟି, ପାଣି, ଆକାଶକୁ
ବିଶ୍ରାମ ମିଳିଲା |
ରାସ୍ତା ଘାଟ, ବେଳାଭୂମି,
ନଦୀ, ସମୁଦ୍ର, ମନ୍ଦିର
ବିନା ସରକାରୀ ସାହାଯ୍ୟର
ପରିସ୍କାର ହେଲା |

କିଟି, କ୍ଲବ, ସପିଙ୍ଗ, ସିନେମା
ବାହା, ବ୍ରତ, ମରାଘର ଅଯଥା ଖର୍ଚ୍ଚରୁ
ମଣିଷ ବଞ୍ଚିଲା |
ଦୁର୍ଗାପୂଜା ଭସାଣିରେ
ଡିଜେର ସେ କାନଫଟା ଶବ୍ଦ,
ଟ୍ରାଫିକ ଜାମରୁ
ମଣିଷକୁ ନିସ୍ତାର ମିଳିଲା |
ଧନ୍ୟବାଦ କରୋନା
ଏ ବର୍ଷଟା ଭଲରେ ବିତିଲା |

ବରୋଦା, ଗୁଜରାଟ |

 88 total views,  1 views today

Leave a Reply

Your email address will not be published. Required fields are marked *