ବିସ୍କୁଟ
ଅଞ୍ଜଳି ଗିରି
————————-
ସମୁଦ୍ରେ ଶୋଷକୁ ନୀର ବିନ୍ଦୁଟିଏ
ତୃଷାର୍ତ୍ତ ପ୍ରାଣର ଆଶା,
ଆକାଶେ କ୍ଷୁଧାକୁ ପଟିଏ ବିସ୍କୁଟ
ଭୋକିଲା ପେଟ ଭରସା ।।
କ୍ଷୁଦ୍ର ଅବୟବ ମହା ଅନୁଭଵ
ବିଳାସୀ ହୃଦୟ ସଖା,
ଦୁଃଖି ଦରିଦ୍ରଙ୍କ ପାଇଁ ସେ ମହାର୍ଘ୍ୟ
ଓଠେ ଖେଳେ ହସ ରେଖା ।।
ଦୈନ ଦୁର୍ବିପାକେ ପ୍ରକୃତି ଆପଦେ
କ୍ଷୁଧାର୍ତ୍ତ ପ୍ରାଣର ସାହା ,
ଯାତ୍ରାକାଳେ ସାଥି
ରୋଗୀଙ୍କର ପଥି
ସମ୍ୟକ ଭୋଜନ ଆହା ।।
ପ୍ରଦୋଷ ପ୍ରତ୍ୟୁଷେ ଉଷ୍ମ ପାନ ସାଥେ
ଆବାଳ ବୃଦ୍ଧ ବନିତା,
ଲୋଡନ୍ତି ଆନନ୍ଦେ ଖାଦ୍ୟ ବନ୍ଧୁ ସତେ
ସ୍ଵାଦପଣେ ଜଗଜ୍ଜିତା ।।
ସମୟର ସାଥେ ବିବର୍ତ୍ତନ ପଥେ
ଅଗ୍ରସର କ୍ଷୁଦ୍ରଅଙ୍ଗୀ,
ରୂପ ରଙ୍ଗ ସ୍ୱାଦ ବଦଳି ଚାଲିଛି
ବିସ୍କୁଟ ସେ ପ୍ରିୟ ସଙ୍ଗୀ ।।
ଅଞ୍ଜଳି ଗିରି
…..
486 total views, 1 views today