February 09, 2023
11 11 11 AM
ଗୁରୁ–ମଧୁସ୍ମିତା ରାଉତ
ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା
କେମିତି ଅଛ ମକର – ଭାସ୍କର ରାଉତ 
ତୁ – ହେମନ୍ତ କୁମାର ସାହୁ
ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା
ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର
ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ
ନୂଆ ଯୁଗର ଛୁଆ – ଅଶୋକ କୁମାର ପତି
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
Latest Post
ଗୁରୁ–ମଧୁସ୍ମିତା ରାଉତ ଅଳସ ଆଖିରେ ସୁଖ ସପନ -ସୀମାଞ୍ଚଳ ପଣ୍ଡା କେମିତି ଅଛ ମକର – ଭାସ୍କର ରାଉତ  ତୁ – ହେମନ୍ତ କୁମାର ସାହୁ ଚାଁଟି ଗୁଁଡ଼ିଆ ଉପାଖ୍ଯାନ୍‌ – ଗଅଁଲିଆ କବି ସୁଧୀର୍‌ ପଂଡା ଅବାଗିଆ ମନ, ହୁଅ ସଚେତନ – ଜୟ କୁମାର ମିଶ୍ର ପ୍ରିୟା ତୁମେ.. ତୁମେ.. – ତପନ କୁମାର ସ୍ୱାଇଁ ନୂଆ ଯୁଗର ଛୁଆ – ଅଶୋକ କୁମାର ପତି ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ

*ଟିପେ ପୃଥିବୀର ମୋହ – ଅନ୍ତର୍ଯ୍ୟାମୀ ମିଶ୍ର*

** ଟିପେ ପୃଥିବୀର ମୋହ **

ଅନ୍ତର୍ଯ୍ୟାମୀ ମିଶ୍ର

 

  ******************************

ଭୁଲା ମନଟେ ପାଇଁ ବେଳେବେଳେ ଗର୍ବ ଆସୁଛି,

ସେତିକି ନଥିଲେ କି’ ହିନସ୍ତା !

କାନ କୁଣ୍ଡେଇ କୁଣ୍ଡେଇ, ଆହୁରି କେତେ ଝୁଣ୍ଟିବାକୁ ପଡନ୍ତା !

 

ଦେଖି ନଦେଖିଲା ପରି

ଜାଣି ନଜାଣିଲା ପରି

ନୀରବରେ ଦୁଃଖସୁଖ ହେବା କି’ ଦୁଃସାଧ୍ୟ ବ୍ୟାପାର !

 

ଦି’ତିନି ଘଣ୍ଟାର ଉତ୍ସବକାଳୀନ ରହଣି

ଦି’ତିନି ଦଶନ୍ଧିର ହିସାବରେ ଫୁଟିଫୁଟି ମରିଛି କେତେ ପାଣି

କେତେ କ୍ଷୀରରେ କେତେ ରାବିଡି , କାହା ଭାଗରେ କେତେ

ସହଜ ନୁହେଁ ଦୀର୍ଘଶ୍ଵାସର ଠିକ୍-ଚିହ୍ନ ଦେଇ, ଯାନ୍ତ୍ରିକ ଲେଉଟାଣି ।

 

ଗାଡି ଛାଡ଼ିବା ଉପରେ ,

ବାଲି ରୁଆଟେ କି’ ଆଉ କ’ଣଟେ ଆଖିରେ ପଡ଼ି

ଭରିଗଲାଣି ପାଣି, ଜାଲୁଜାଲୁଆ ଦିଶୁଛି ଆଗକୁ

ପଛରେ କିଛି ଛାଡି ଯାଉନି ତ ?ପଚାରି ପାରୁନି କାହାକୁ ।

ଆଗକୁ ନା’ ପଛକୁ ଯିବାର ନିଷ୍ପତ୍ତି ସହସା ନେଇପାରୁନି,

ଯାହା କୁହ, ଏ ଭୁଲା ମନକୁ ଜମା ପାରିଲିନି ।

***–***

ଅନ୍ତର୍ଯ୍ୟାମୀ ମିଶ୍ର

 

 584 total views,  2 views today

One thought on “*ଟିପେ ପୃଥିବୀର ମୋହ – ଅନ୍ତର୍ଯ୍ୟାମୀ ମିଶ୍ର*

  1. Thanks dear founder, admin and office holders for conferring this recognition to my poetic effort . Feel inspired .

Leave a Reply

Your email address will not be published. Required fields are marked *