କାହାକୁ କହିବା ଭଲ
*******************
ସ୍ୱାଗତିକା ସାହୁ
******************
ମନର ଅବ୍ୟକ୍ତ ଅବକ୍ଷିପ୍ତ ଭାବନା ରାଜି
ଵିଦଗ୍ଧ ଭାବ ସୁଖ ଦୁଃଖର ପ୍ରତିଟି ପୃଷ୍ଠା
ଭାବ ବିହ୍ଵଳର ବାମ୍ଫରେ ଯେବେ
ମେଞ୍ଚା ମେଞ୍ଚା ହୋଇ କୁରୁଳି ଉଠେ
ଲାଗେ ବାବଦୂକ ସାଜି ସବୁ ବଖାଣିବି
ଅକ୍ତାମାକ୍ତା ଅସମ୍ଭାଳା ମନଟା
ସତେ ହୋଇ ଯାଉ ହାଲକା ହାଲକା
କିନ୍ତୁ କାହାକୁ କହିବା ଭଲ…
କହିବି ବା ନକହିବି …!!!
ଭବ ଭାବନ୍ତର ଭୂଗୋଳ ମଧ୍ୟରେ
ଦ୍ୱନ୍ଦେ କିଛି କ୍ଷଣ ଯାଏ ଭ୍ରମି
ଯାହାକୁ ଅତ୍ମୀୟ ଭାବି କହିଯାଏ
ଛଳନାର ଇନ୍ଦ୍ରଜାଲରେ ଛନ୍ଦି ଯାଏ
କିମ୍ବା ଅଟହାସ୍ୟର ହୁଏ ଶିକାର
ମୁଖେ ହସ ପେଟେ ବିଷ କଳସ
ମେଣ୍ଟାଏ ଶୋଷ ଦେଖି ଅନ୍ୟର ଅମଙ୍ଗଳ
କିଏ ବା ନିଜର ଲାଗେ ଅନାହାତ ଅଥିତି ସବୁ
ପରିବାର,ପରିବେଶ, ବୃତ୍ତି, ସମାଜ
ପ୍ରତି ମୁହୂର୍ତ୍ତରେ ପ୍ରବଞ୍ଚନାର ଲାର୍ଭା
ଅଗ୍ନୀ ଉଦ୍ଗୀରଣ ହୋଇ କରେ ବିଷାକ୍ତ
କାହାକୁ କହିବି ମୋ ମନ ଗହନ କଥା
ଭଗ୍ନ ମନ ଖୋଜେ ଆପଣା ସମ୍ପର୍କଟେ
କିନ୍ତୁ ଅନ୍ତିମ ତର୍ପଣ ନିଏ ସେଇ ସ୍ବପ୍ନ
ସ୍ୱାର୍ଥର ବିଷମ ତାଲିକା ମଧ୍ୟେ
ଏହି ଅବ୍ୟକ୍ତ କ୍ଷଣରେ ତୁମେ ହିଁ ତ ବୁଝ
ନୀରବତାରେ ସାଉଁଟା ସମସ୍ତ କଥା
ମୋ ଅଜାଣତରେ ଓଜାଡ଼ି ଦିଅ
ଆନନ୍ଦର ଅଟ୍ଟାଳିକା ସମାଧାନେ
ସ୍ୱାଗତିକା ସାହୁ
great and amazing blog site. I really wish to thank you, for providing us better info.