September 24, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ମକର ମଉଜ – ଭବେଶ ଚନ୍ଦ୍ର ବେହେରା*

*ମକର ମଉଜ*

ଭବେଶ ଚନ୍ଦ୍ର ବେହେରା
……………………………….

କାଳି ଅନ୍ଧାରରୁ
ନିଦ ଭାଙ୍ଗୁ ଭାଙ୍ଗୁ
ବାରିପଟେ ଶୁଭେ
ଭାରି ଗହଳି
ଧାନବସା ଚୂଲି
ଗୁଲି ଖଟି ଚାଲେ
ଚୂଲି ଚାରିପଟେ
ଲାଗଇ କଳି ।

ଗୁହାଳେ ଥାଇକି
କାଳିଆ କସରା
ଗହଳି ଶୁଣିକି
ହଲାନ୍ତି କାନ
ନିଆଁପୁଆଁ ପାଇଁ
ମୁହାଁ ମୁହିଁ ସବୁ
ମାନନ୍ତିନି କେହି
ବଡ କି ସାନ ।

ଦୋଅଡା ବାରିରେ
ବୋଉ ଢାଳିଦିଏ
ସିଝା ହଣ୍ଡା ଧାନ
ଚୂଲିରୁ କାଢି
ସାରୁସିଝା, ଆଳୁ
କଲରା ଓଲୁଅ
କାଢିବାକୁ ଆମେ
ଲଗାଉ ଧାଡି ।

ଖରା ପଡୁପଡୁ
ଧାନ ଗଦା ମୂଳେ
ଖଟି ପାଇଁ ପଡେ
କଉପ ପଟି
ବୋଉ ବାଢିଦିଏ
ସକାଳ ପଖାଳ
ଠେଲାପେଲା ହୋଇ
ପକାଉ ଚଟି ।

ବଡ ଥାଳିଆରେ
ବଡି ବାଇଗଣ
ଆଳୁ ସାରୁ ସିଝା
ଶୁଖୁଆ ପୋଡା
ଭଜା ତରକାରୀ
ସନ୍ତଳା ସାଲାଟ
ସକାଳ ପାଇଁକି
‌ ହୁଏନି ଲୋଡା ।

ଲଗା ହୋଇଥାଏ
କେତେ ଫୁଲଗଛ
ମଣ୍ଡା ମକଦଲ୍ଲି
ଗଣ୍ଡାକୁ ଗଣ୍ଡା
ମେଢୀମୂଳେ ହୁଏ
ମକର ଚାଉଳ
ବୋଉ କରେ ଖିରି
ଚକୁଳି ମଣ୍ଡା ।

ନୂଆଜାମା ଜୋତା
ଚପଲ ସଜାଡେ
ବାପା ସଜାଡନ୍ତି
ଶଗଡ ଗାଡି
ତରତର ଲାଗେ
ମକର ସକାଳ
ହୁଡାରେ ଦିଶଇ
ଲୋକଙ୍କ ଧାଡି ।

ବିକାହୁଏ କେତେ
ଝୁମୁକା କଣ୍ଢେଇ
ଚକିରୀ ଚଷମା
କଲମ ବହି
ଗଛଦୋଳି ଆଉ
କଳାକୁଞ୍ଜ ପାଇଁ
କଳିକରେ କେତେ
ଧାଡିରେ ରହି ।

ମନୋହର ମୁଆଁ
ଲଡୁ କୋରାଖଇ
କରମଙ୍ଗା ଖଟା
ମଟର ଭଜା
ସକାଳରୁ ସଂଜ
ଯେତେ ବୁଲୁଥିଲେ
ସରେନାହିଁ ବୁଲା
ମକର ମଜା ।
……………………………….
*ଭବେଶ ଚନ୍ଦ୍ର ବେହେରା*

Loading

Leave a Reply

Your email address will not be published. Required fields are marked *