*କୁବ୍ଜା ଦୁଃଖ*
——————————–
ସଚ୍ଚିଦାନନ୍ଦ ବେହେରା
********************************
କଳା କାଳୀମାର କାଳ ଗହ୍ୱରରେ
କଳଙ୍କର କଜଳ କରିଧାରଣ,
କଷଣ କାରିଣୀ ଦୁଃଖ ପ୍ରବିସିନୀ
କରଇ କୁବ୍ଜା କଷଣ କୁ ବରଣ ।।
କଳୁଷିତ କରେ କଳଙ୍କିତ ଛିଟା
କାମ କ୍ଲେଶ କ୍ରୋଧ କରିଣ ଧାରଣ,
କେଉଁ କାର୍ଯ୍ୟ କରି ସେ ଅବା ହସିବ
କରଇ କୁବ୍ଜା କଷଣ କୁ ବରଣ ।।
ସଚ୍ଚିଦାନନ୍ଦ ବେହେରା
177 total views, 1 views today