🌷ମୋ ପ୍ରିୟ କବିତା🌷
ମମତା ବାରିକ
******************
ମୋ ଭାବନାର ତୁ ଚିର ସ୍ରୋତା ନଈ,
କହେ ମୁଁ ଗୁଣୁ ଗୁଣୁ ଗାଇ,
ସେ ଶବ୍ଦ ତୋ ପାଖେ ଜୀବ ଦାନ ପାଇ
ଯାଏ ସେ ମୋ ସ୍ପନ୍ଦନ ହୋଇ।।
ତୋ ପ୍ରେମ କରିଛି ଆଜି ମତେ ମୂର୍ଚ୍ଛା
ଦେଖି ଦୁନିଆଁ କରେ ହିଂସା,
ତୋ ପ୍ରେମେ ମୁଁ ସମାଜକୁ ଦିଏ ବାର୍ତ୍ତା
ତୁ ମୋ ଜୀବନର ତପସ୍ୟା।।
ତୋ ପରଷେ ସହଚର ଗଲି ଭୂଲି
ଜିଜ୍ଞାସା ମୋ ବଢିଲା ଭାରି,
ତତେ ମୁଁ ଏହୃଦୟେ ଆଶ୍ଲେଷ କରି
ସନ୍ମିତ୍ର ମଧ୍ୟେ ଏକ କଲି।।
ମୋ ହୃଦରୁ ଯିବୁନି କେବେ ଦୂରାଇ
ପ୍ରଭୁଙ୍କୁ ଏ ଗୁହାରି ମୋରି,
ମୋ ଏ ଆତ୍ମାର ତୁ ଏକ ସ୍ତମ୍ଭ ପରି
ଥା ପ୍ରତିଦିନେ ପାଶେ ମୋରି।।
ଅବ୍ୟକ୍ତ ଯାତନାର ତୁ କ୍ରିତଦାସ
ସେ ଭାବନା ପରିପ୍ରକାଶ,
ତୋ ମାୟାବଳେ ସର୍ବପ୍ରାଣୀ ଜାଗ୍ରତ
ତୁ ହିଁ ମୋର ଅଂଶବିଶେଷ।।
🙏🙏🙏
ମମତା ବାରିକ
ସୁନ୍ଦର ରଚନା