ବ୍ରହ୍ମକମଳ ଆଉ ମୋ’ ପ୍ରିୟ ସାଥି
।।ଜାନକୀ ମହାନ୍ତ।।
ପ୍ରିୟ ସାଥି ଆସି ନିଶୀଥ ଲଗନେ
ଦେଇଗଲ ମିଠା ସ୍ପର୍ଶ,
ହୃଦ ଅଗଣାରେ “ବ୍ରହ୍ମକମଳ” ମୋ’
ଫୁଟିଲା ପାଇ ପରଶ ।।
ବ୍ରହ୍ମାଙ୍କ ନାଭିରୁ ସୃଷ୍ଟି ହୋଇ ଥିଲା
ବୋଲି ସେ’ ବ୍ରହ୍ମକମଳ,
ନିସ୍ତବ୍ଧ ରାତ୍ରିରେ ଫୁଟି, ମନୋବାଞ୍ଛା
ପୂର୍ଣ୍ଣ କରେ ଯେ’ ସକଳ ।।
ବ୍ରହ୍ମକମଳ ଯେ’ ପ୍ରସ୍ଫୁଟିତ ବେଳେ
ଦେଖଇ ଦୁର୍ଲ୍ଲଭ ଦୃଶ୍ୟ,
ବ୍ରହ୍ମାଙ୍କ ଆଶିଷ ପ୍ରାପ୍ତି ଲାଭ ହୋଇ
ସର୍ବ ପାପ ହୁଏ କ୍ଷୟ ।।
ମନ ଗହନରେ ଚହଟିଲା ମଲ୍ଲୀ
ଯୁଇ ଜାଇ କୁମୁଦିନୀ,
ରଜନୀଗନ୍ଧାର ଭୁରୁ ବାସ୍ନା ଝରେ
ଖୋଲା କବରୀରୁ ପୁଣି ।।
ଜହ୍ନ ହସୁଥିଲା ତାରା ଗହଣରେ
ଢ଼ାଳି ତା’ଶୁଭ୍ର ଚାନ୍ଦିନୀ,
ଚାନ୍ଦ କୁମୁଦିନୀ ମିଳନେ ଝିଙ୍କାରି
ଗାଇଲା ମୃଦୁ ରାଗିଣୀ ।।
ନବ ପଲ୍ଲବିତ ପାଦପ ଖେଳନ୍ତି
ମନ୍ଦ ମନ୍ଦ ସମୀରଣେ,
ମନେହୁଏ ପାରିଜାତ ମିଳି ଗଲା
ଇନ୍ଦ୍ରଦେବ’ଙ୍କ କାନନେ ।।
ନୟନ ଯୁଗଳ ହେଲା ଛଳ ଛଳ
ଶିହରିତ ତନୁ ମନ,
ବଢ଼ି ଗଲା ମୋର ହୃଦୟ ସ୍ପନ୍ଦନ
ପାଇ ପ୍ରୀତି ଆଲିଙ୍ଗନ ।।
ସରଗର ଚାନ୍ଦ ସତେ ମୋର କୋଳେ
ଆଜି ପଡ଼ି ଥିଲା ଖସି,
ଚଞ୍ଚଳେ ଅଞ୍ଚଳ ଉଡ଼ି ଉଡ଼ି ଯାଏ
ଅମାନିଆ ମୁଁ ପ୍ରେୟସୀ ।।
ମଧୁମାସ ଆସି ଆତ୍ମା ଛୁଇଁ ଗଲା
ଗାଇ ପ୍ରୀତି ମଧୁ ସ୍ୱର,
ଅମୃତ ମୂହୁର୍ତ୍ତେ ଛନ୍ଦାୟିତ ଗୀତେ
ବ୍ରହ୍ମା’ଶିଷ ପ୍ରାପ୍ତି ମୋ’ର ।।
ଜାନକୀ ମହାନ୍ତ
When I originally commented I clicked the “Notify me when new comments are added” checkbox and now each time a comment is added I get several
emails with the same comment. Is there any way you can remove me from that service?
Thank you!