ବର୍ଷା
ସ୍ରୋତସ୍ବିନୀ ପରିଡା
***************************
ଆକାଶ ଛାତିକୁ ଫଟେଇ
ବିଜୁଳି ଚମକରେ ଧରା କର ସ୍ପର୍ଶ
ଧରିତ୍ରୀ ହୁଏ ଆଚମ୍ବିତ
ଏକ ଶୀତଳ ଛୁଆଁ ରେ।
ଆଣିଦିଅ ଉନ୍ମାଦନା
ହୃଦୟରେ ଅସୁମାରୀ ଭାବନା
ସବୁଜିମା କୁ ଜାଗ୍ରତ କରି
ତୋଳିଧର କୋଳରେ ତୁମର।
ଝଟ୍, ଝିପ୍ ଶବ୍ଦ ର ଝଙ୍କାର
ତ୍ରାହି ଦିଏ ଗ୍ରୀଷ୍ମ ପ୍ରକୋପରୁ
ପୂରିଉଠେ ନଦୀ ସମୁଦ୍ର
ସ୍ରୋତ ହୋଇଉଠେ ପ୍ରଖର।
କେକୀ ସ୍ବାଗତ ଜଣାଇ କରେ ନୃତ୍ୟ
ଆନନ୍ଦ ରେ ହୋଇଉଠେ ବିଭୋର
ବହୁ ଅପେକ୍ଷା ପରେ ଫେରିଛି
ଆକାଂକ୍ଷା ନେଇ,ପ୍ରେମ ତାହାର।
ଏ କ’ଣ ଖାଲି ଗୋଟେ ଋତୁ
ଏମିତି ଆଷାଢ଼, ଶ୍ରାବଣରେ!
ସ୍ରଷ୍ଟାଙ୍କ ର ଅନନ୍ୟ ସୃଷ୍ଟି
ଭରେ ନୂତନ ଉଲ୍ଲାସ ଏ ମନରେ।
ସ୍ରୋତସ୍ବିନୀ ପରିଡା