ମଣିଷ ଜାତି❗
ସ୍ରୋତସ୍ବିନୀ ପରିଡା
*****************************
ଭାରି ଅଜବ ଏ ମଣିଷ ଜାତି
ଯେଉଁଠି ପାଇବା କି ହରାଇବାର,
ନାହିଁ ସମ୍ଭାବନା
ସେଇଠି ରଖୁଛି ପ୍ରୀତି
ମନରେ ତା’ର ଅନେକ ଭ୍ରାନ୍ତି।
ସେ ମିଛକୁ ଅତିଥି କରେ
ଆପ୍ୟାୟିତ ହୁଏ ଠକିବାରେ
ମନରେ ନାହିଁ ପଶ୍ଚାତାପ
ତଥାପି ଦେଖାଏ ପ୍ରକୋପ
କି ପରିସ୍ଥିତି ,ଏ କିପରି ପ୍ରଭାବ!
ନିଖୋଜ ଏଠି ମଣିଷ ପଣିଆ।
ଅନ୍ଧପୁଟୁଳି ବାନ୍ଧିଛି ସତ
ନିରାଶାର ଢେ଼ଉରେ
ହଜାଇଛି ନିଜତ୍ବ
ନିଜର ମଣିଷତ୍ବ।
ସମ୍ପର୍କ ଏଠି ଖରଛାଇ
ଆବଶ୍ୟକ ବେଳେ ଆସେ
ପୁଣି ଉଭେଇ ଯାଏ
ସଞ୍ଜ ଗଲେ ନଇଁ।
ଏତେ ଅବିଚାର କ’ଣ ପାଇଁ!
ନିଜକୁ ଜାହିର କରିବାରେ ବ୍ୟସ୍ତ
କେହି ଫେରି ଚାହିଁନି ନିଜ ଭୁଲ ଆଡେ
ହିଂସା ର ବଶବର୍ତ୍ତୀ ମଣିଷ
ଜଳେ କ୍ରୋଧ ପାଉଁଶ ତଳେ।
ଦିନେ ସେ ଜଳିବ କାଳର କରାଳେ।
ବଞ୍ଚିବାକୁ ଲୋଡା ଟିକେ ହସଖୁସି
ଟିକିଏ ସ୍ନେହ ,ସଦଭାବ
ଟିକିଏ ଆପଣା ପଣ
କୋହଭରା କେଇ ଟୋପା ଲୁହ ଆଉ,
ବାନ୍ଧି ପାରୁଥିବା କିଛି ମିଠା କଥା।
ଖଣ୍ଡେ ଖାଇବା,ଟିକେ ନାଇବା
ଆଉ ଭଲରେ ଟିକେ ରହିବା
ନିର୍ଭର କରେ ସେଇ ଟଙ୍କା ଉପରେ
ହେଲେ ଟଙ୍କା ଶାନ୍ତି ଦିଏ ନାହିଁ
ସୃଷ୍ଟି କରେ କେବଳ ଶୋଷ।
ଟଙ୍କା ତ ଗୋଟେ ଜହର
ଜାହିର କରିଛି ସେ ସବୁକିଛି ବୋଲି
ସମ୍ପତି,ଧନ,ରତ୍ନ ସବୁ ତୁଚ୍ଛ
ମୋହମାୟା ର ଏ ଗନ୍ତାଘର
ଏଠି ନୁହେଁ କେହି କାହାର।
ଯଦି ଶେଷରେ ସାଥିରେ କିଛି ଯାଏ ନାହିଁ
ଲୋଡା କେଇପାଦ ଭୂଇଁ
ଏତେ ଅହଂକାର କିମ୍ପାଇ!
ଆରମ୍ଭ ,ଶେଷ କର୍ମରେ ହୁଏ
ଶ୍ରେଷ୍ଠତ୍ବ ମାନବ ଜନ୍ମ ରେ ଥାଏ।
କେବଳ ଶାନ୍ତି ଦିଏ ପରମାତ୍ମା
ଶାନ୍ତି ଦିଏ ପ୍ରାର୍ଥନା
ଶାନ୍ତି ଦିଏ ଭକ୍ତି
ଭକ୍ତି ଦିଏ ମୁକ୍ତି
ଜୀବନର ସାର୍ଥକତା ହିଁ ଭଗବତ ପ୍ରାପ୍ତି।
🙏ସର୍ବେ ଭବନ୍ତୁ ସୁଖିନଃ🙏
ସ୍ରୋତସ୍ବିନୀ ପରିଡା ✍️
Appreciate you sharing, great blog article. Will read on…
Thank you for your article post.Really looking forward to read more. Will read on…
I really liked your article post.Thanks Again. Fantastic.
A round of applause for your blog.Thanks Again.
wow, awesome article.Really looking forward to read more. Much obliged.
I value the article post. Awesome.
A big thank you for your post.Really thank you!
Major thanks for the article post.Thanks Again. Much obliged.
Aw, this was a really good post. Spending some tije annd actualeffort to create a really good article… but what can I say… I hesitatea wholoe lot and don’t manage to get anything done.