ବୟସ
ଗୌରୀ ବେହେରା
::::::::::::::::::::::::::::::::::::::::::::::::
ଛନ୍ଦ ମନ୍ଦ କିଛି ଜାଣି ମୁଁ ନ ଥିଲି
ବାଳୁତ ବୟସେ ଥିଲି ଯେବେ ମୁହିଁ
ପ୍ରଜାପତି ପରି ଉଡ଼ି ବୁଲୁଥିଲି
ଥିଲା ମନ ମୋର ଅତି ସରଳ
ନ ଥିଲା ସଂସାର ଜଞ୍ଜାଳ ।
ଯୁବା ବୟସରେ ପାଦ ଥାପିଲି ଯେବେ
ପ୍ରେମ ରାଇଜେ ବୁଡ଼ିଲି ତେବେ
ମନଟି ମୋର ଉଚ୍ଛନ ହୋଇଲା
ପାଠ ରେ ଆଉ ମନ ନ ଲାଗିଲା
ପ୍ରେମର ରଙ୍ଗେ ରଙ୍ଗେଇ ହେଲି
ହିତାହିତ ଜ୍ଞାନ ସବୁ ଭୁଲିଲି ।
ବୟସ ଯେବେ ତିରିଶି ଛୁଇଁଲା
କନ୍ୟା ଖୋଜା ଘରେ ଆରମ୍ଭ ହେଲା
ବିବାହ ବନ୍ଧନେ ବାନ୍ଧି ହୋଇଲି
ସଂସାର ଜଞ୍ଜାଳେ ଛନ୍ଦି ମୁଁ ହେଲି ।
ବୟସ ଯେବେ ଚାଳିଶି ରୁ ପଞ୍ଚସ୍ତରୀ
ବଳଦ ଜୀବନ ହେଲା ମୋହରି
ପରିବାର ର ବଝୋକୁ ମୁଣ୍ଡେଇ ଧରି
କେତେ ଉପବାସେ ଦିନ ଗଲା ସରି
ଖୁସିକୁ ମୋର ଜଳାଞ୍ଜଳି ଦେଇ
ପିଲାଙ୍କ ଖୁସିରେ ନିଜକୁ ଦେଲି ଭୁଲେଇ ।
ଧିରେ ଧିରେ ମୋ ବୟସ ଖସିଲା
ପ୍ରୌଢ଼ବସ୍ଥା ତେବେ ପ୍ରବେଶ ହେଲା
ଆଖିକୁ ଆଉ କିଛି ଦିଶିଲା ନାହିଁ
କାନକୁ ଆଉ ଶୁଭିଲା ନାହିଁ
କୁକୁର ଭଳି ଘର ଜଗି ରହିଲି
ଦି ମୁଠା ଖାଇ ଘର କୋଣେ ଶୋଇଲି ।
ଶେଷ ପାହାଚରେ ଏବେ ଯେ ମୁହିଁ
ସ୍ନେହ ଆଦର ଆଉ ମିଳିବ ନାହିଁ
ଅଲୋଡ଼ା ହେବି ମୁଁ ସବୁରି ପାଇଁ
ମୃତ୍ୟୁ ଦେବତାକୁ ଡାକୁଥାଏ ରେ ମୁହିଁ
ଉଠିବ କେବେ ମୋର କୋକେଇ
ଶ୍ମସାନ କୁ ନେବେ ମୋତେ କାନ୍ଧେଇ
ସମସ୍ତେ କହିବେ ତ୍ରାହି ମମ୍ ତ୍ରାହି
ଘର ଲୋକ ଖୁସିରେ ମାରିବେ ହାଇ ।
✍️ଗୌରୀ ବେହେରା
:::::::::::::::::::::::::::::::::::::::::::::::::::::::