#ପୁନଃ ମିଳନ
ମିଳନ ବିଚ୍ଛେଦ ପୁନଃ ମିଳନ ତ
ସମ୍ପର୍କ ହୃଦେ ନିବିଡ
ବିଚ୍ଛେଦ ସମୟ ଅନ୍ତର୍ଦହନ ର
ପୁନଃ ମିଳନରେ ଦୃଢ।
ଦୈହିକ ମିଳନ କ୍ଷଣସ୍ଥାୟୀ ଅଟେ
ବିଚ୍ଛେଦେ ନ ଥାଏ ଦୁଃଖ
ହୃଦୟ ମିଳନ ସ୍ମୃତି କୁ ଚାରଣ
ପୁନଃ ମିଳନରେ ସୁଖ।
ବିଚ୍ଛେଦ ସମୟେ ହୃଦୟ ତନ୍ତ୍ରିରେ
ବେତାର ଯନ୍ତ୍ରର ପରି
ହୃଦୟ ବୀଣାରେ ଝଙ୍କାରିତ ହୁଏ
ଅନ୍ତର୍ଭାବନା ତାହାରି।
ପ୍ରେମିକ ପ୍ରେମିକା ମାତା ପୁତ୍ର ପୁତ୍ରୀ
ପିତା ହୋଇଲେ ବିଚ୍ଛେଦ
ତାଙ୍କ ଅନ୍ତରର ଅକୁହା ବେଦନା
ହୃଦୟ ତନ୍ତ୍ରେ ଶବଦ।
ପହଞ୍ଚାଇ ଦିଏ ପୁନଃ ମିଳନ କୁ
ଅନ୍ତରେ ହୁଏ ସ୍ପନ୍ଦିତ
ପୁନଃ ମିଳନ ରେ ସୁଧା ସମ ଲାଗେ
ଝରଇ ସ୍ନେହ ଅମୃତ।
ରଚନା- କଣ୍ଡୁରୀ ଚରଣ ନାୟକ ।
ଗଙ୍ଗନଗର ପଲ୍ଲୀ, ଭୁବନେଶ୍ବର ।
ଦୁରଭାଷ 6372069844।
604 total views, 1 views today