ହେମନ୍ତ
ନଳିନୀ ପ୍ରଭା ମିଶ୍ର
********************
ପହିଲି ଶୀତ ବରଣ କରି
କାକର ଟୋପା ହାତରେ ଧରି
ଆସିଲା ହିମ ଋତୁ
ଖେଳିବା ପାଇଁ ହୁଏନି ବେଳ
ଦିବସ କ୍ଷୁଦ୍ର ହେତୁ।
କାଶ ତଣ୍ଡୀର ସରିଲା ହାଟ
ନିଶୂନ ବିଲା କିଆରୀ ପାଟ
ପଦ୍ମ ହେଲା ଦୂର
ନୀଳ କ ଇଁ ର ଶୋଭା ଉକୁଟେ
ପୋଖରୀ ଭରପୁର।
ଚାଷୀର ଭାରି ହରଷ ମନ
ବିଲରେ ଦେଖି ପାଚିଲା ଧାନ
ଚଢେଇ ନାନା ଜାତି
ଖୁଣ୍ଟି ବା ପାଇଁ ଧାନ ଫସଲ
ବିଲରେ ଥାନ୍ତି ମାତି।
କୋବି,ଟମାଟୋ ଗାଜର,ମୂଳା
ସଜ ପରିବା ହୁଅଇ ତୋଳା
ଚିନାବାଦାମ ଭଜା
ଗରମ ମୁଢ଼ି ସାଥିରେ ଥିଲେ
ଲାଗ ଇ ଭାରି ମଜା।
ଉଜ୍ବଳ କରି ଉଁଆସ ରାତି
ଆସିଲା ଦୀପାବଳୀର ତିଥି
ଆସିବେ ପିତୂଗଣ
ଜଳାଇ ଦୀପ ଧାଡିକି ଧାଡ଼ି
ଫୁଟ ଇ କେତେ ବାଣ।
ପୁନେଇଁ ଦିନ ଡଙ୍ଗା ଭସାଇ
ଆ କା ମା ଭୈ ଗାଇବା
ଆମେ ଗୀତ
ବଦନେ ଋତୁ ଆମ ଜୀବନ
ହୁଅଇ ପ୍ରଭାବିତ।
ନଳିନୀ ପ୍ରଭା ମିଶ୍ର