ସ୍ମୃତି ଏକ ରୂପା ଜହ୍ନ
ସୁବ୍ରତା ମହାନ୍ତି
****************
ସ୍ମୃତି ଏକ ରୂପା ଜହ୍ନ ପରି
ତାକୁ କୋଳେଇ ଆବୋରି ନେବା,
ସ୍ମୃତି ର ପଲକେ ଯେତେ ଭାବଧାରା ,
ସବୁକୁ ସାଉଁଟି ନେବା ।।
ସ୍ମୃତି ଜୀବନର ଯେତେ ଦୁଃଖ ସୁଖ
ସେଯେ ଅନ୍ତରର ଚିତ୍ର ପଟ୍ଟ,
ସ୍ମୃତି ଅନ୍ତରାଳେ ଘଟିଥିବା
କଥା ସବୁକୁ ମନରେ ରଖେ,
ସ୍ମୃତି ବିନା ଆମ ଜୀବନ ଯାତ୍ରା
ଅଲୋଡା ପରି ଯେ ଲାଗେ,
ସ୍ମୃତି ଥାଏ ବୋଲି ଅତୀତ ର ଦିନ
ମିଠା ମିଠା ସବୁ ଲାଗେ ।।
ସ୍ମୃତି ପାଇଁ ସଦୁ ସ୍ଥିତି ସଦା ଆମ
ଭରସା ସାଥେ ଜୀବନ,
ସ୍ମୃତି ଆମ ଗିତୀ ସ୍ମୃତି ଆମ ପ୍ରିତି
ପ୍ରେମର ଅଟେ ସୋପାନ ।।
ସ୍ମୃତି ଦିନ ସବୁ ମନେ ପଡେ ଯେବେ
ଜିଇଁ ବାର ଉତ୍ସ ମାଗେ,
ସ୍ମୃତି କାଲି ଅବା ଆଜିର ହେଉ
ହୃଦୟ ସ୍ପନ୍ଦନ ଜାଗେ।।
ସ୍ମୃତି ବଗିଚାର ପୁଷ୍ପ ପରିପାଟୀ
ଆମେ ସବୁ ପ୍ରଜାପତି ,
ସ୍ମୃତି ଗୋଲାପର କଢି ସଦୃଶ
ସୁନ୍ଦର ମୁଖର ହସ,
ସ୍ମୃତି ଆସେ ଯେବେ ଅତୀତ ଦିନର
ଭବିଷ୍ୟ ଉଜ୍ଜଳ ଜୀବନର,
ସ୍ମୃତି ବିନୁ ଲାଗେ ସବୁ ନିରର୍ଥକ
ସ୍ବପ୍ନ ସବୁ ହେବ ସାର୍ଥକ ,
ସ୍ମୃତି ସବୁ ଲଅପାଷୋରା ଦିଗନ୍ତ
ବଞ୍ଚିବା ସବୁ ଲାଗେ ଜୀବନ୍ତ,
ସ୍ମୃତି ଏକ ମନମତାଣିଆ ସଂଗୀତ ସଦୃଶ
ଶୃତି ମଧୂର ରେ ହୃଦୟ ସ୍ପର୍ଶ ,
ସ୍ମୃତି ଜୀବନର ପ୍ରାଣବାୟୁ ହେଲେ
ଆମେ ସବୁ ତାର ସ୍ପନ୍ଦନ ।।
🙏🏻😊🙏🏻😊🙏🏻😊🙏🏻😊
ସୁବ୍ରତା ମହାନ୍ତି